Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଦଳର ସାଂସଦ ଏବଂ ମନ୍ତ୍ରୀମାନଙ୍କ ସହିତ ଘନଘନ ଆଲୋଚନା କରୁଛନ୍ତି ମୋଦି ଏବଂ ଶାହା, କେନ୍ଦ୍ର କ୍ୟାବିନେଟ ବିସ୍ତାର ହେବା ନେଇ ଚର୍ଚ୍ଚା

15/06/2021 at 3:33 PM

ନୂଆଦିଲ୍ଲୀ ୧୫/ ୦୬ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ବିଭିନ୍ନ ରାଜ୍ୟର ବିଜେପି ସାଂସଦମାନଙ୍କ ସହି ଆଲୋଚନା କରିଛନ୍ତି । କ୍ୟାବିନେଟ୍‌ ବିସ୍ତାର ନେଇ ଗୃହମନ୍ତ୍ରୀ ଶାହା ଦଳର ନେତାମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଏହା ସହିତ ଦେଶରେ ସମ୍ପ୍ରତି ଲାଗି ରହିଥିବା କୋଭିଡ ପରସ୍ଥିତି ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ସାଂସଦମାନଙ୍କ ଠାରୁ ଫିଡବ୍ୟାକ୍‌ ନେଇଛନ୍ତି ଶାହା ।


ଗତ ପାଞ୍ଚ ଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଭିନ୍ନ ବିଭାଗ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲେ ।ଏହି କ୍ରମରେ ଶନିବାର ଏବଂ ରବିବାର ୨ ଦିନ ଧରି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ସମେତ ଅନ୍ୟ କିଛି ରାଜ୍ୟର ସାଂସଦମାନଙ୍କ ସହ ଆଲୋଚନା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ୩୦ ଜଣ ସାଂସଦ ଏବଂ କିଛି ମନ୍ତ୍ରୀ ମଧ୍ୟ ଶାହାଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଥିଲେ ।

ଗତ ସପ୍ତାହରୁ କ୍ୟାବିନେଟ ବିସ୍ତାର ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସରକାରଙ୍କର ବାକିଥିବା ୨୮ଟି ବିଭାଗ ପାଇଁ କ୍ୟାବିନେଟ ବିସ୍ତାର କରାଯାଇପାରେ । ଏହା ପୂର୍ବରୁ ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ପୋର୍ଟଫୋଲିଓ ବିଭାଗ ଦାୟିତ୍ବରେ ଥିବା ଲୋକ ଜନଶକ୍ତି ମୁଖ୍ୟ ରାମ ବିଳାଶ ପାଓ୍ବାନଙ୍କ ଦେହାନ୍ତ ପରେ ଏହି ବିଭାଗକୁ ଆଉ କାହାରିକୁ ଦିଆଯାଇନାହିଁ ।


ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତିତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୯ ଜଣ ରାଜ୍ୟ ମନ୍ତ୍ରୀ ସ୍ବାଧୀନ ପାହ୍ୟା ଏବଂ ୨୩ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି ।

   Related Posts