ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି! ହସ୍ପିଟାଲରୁ ଫେରି ଗଣମାଧ୍ୟମକୁ କହିଲେ ଜାପାନ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 19, 2020 IST

ଟୋକିଓ ୧୯।୮:  ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବୁଧବାର ଗଣମାଧ୍ୟକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଏବେ ଗତ ସୋମବାର ରାଜଧାନୀ ଟୋକିଓସ୍ଥିତ କେଇଓ ହସ୍ପିଟାଲକୁ ଯାଇଥିଲେ। ତେବେ କିଛି ଘଣ୍ଟା ପରେ ପୁଣି ହସ୍ପିଟାଲରୁ ଫେରିଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦେଶରେ କଳ୍ପନା ଜଳ୍ପନା ଲାଗି ରହିଥିଲା।

ଏବେ ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁନେଇ ଗଣମାଧ୍ୟମକୁ ଭେଟିଛନ୍ତି। ଏହି ଅବସରରେ ସେ ହସ୍ପିଟାଲକୁ ଯିବାର କାରଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିବା ସହ ପୂର୍ବାପେକ୍ଷା ଅଧିକ ସୁସ୍ଥ ଥିବା କହିଛନ୍ତି। ସେ ନିୟମିତ ଚେକଅପ ଲାଗି ହସ୍ପିଟାଲକୁ ଯାଇଥିଲେ ବୋଲି ଏବେ ସାମ୍ବାଦିକମାନଙ୍କୁ କହିଥିଲେ। ହେଲେ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ଆଗ ଅପେକ୍ଷା ଅଧିକ ପରିଶ୍ରମ କରିବେ ବୋଲି କହିଛନ୍ତି।

ସେ ବିଲକୁଲ ସୁସ୍ଥ ଅଛନ୍ତି କି ନା ତାହା ଜାଣିବା ଲାଗି  ହସ୍ପିଟାଲକୁ ଯାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ସୋମବାର ହସ୍ପିଟାଲ  ସାମ୍ନାରେ ତାଙ୍କ କାର ଲାଗିବା ପରଠାରୁ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.