Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ, ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ଯୁକ୍ତ ୨ ଖାତା ମୂଲ୍ୟାୟନ

15/05/2019 at 10:28 AM

ବାରିପଦା ୧୫|୫: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ । ମୋବାଇଲ ଲାଇଟ୍ ରେ ଚାଲିଛି ଯୁକ୍ତ୨ ଖାତା ମୂଲ୍ୟାଙ୍କନ । ବାରିପଦା ଏମପିସି ଅଟୋନମସ୍ କଲେଜରେ ଏପରି ଅବ୍ୟବସ୍ଥା । ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ଓ ବର୍ଷା ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ପଡିଥିଲା ।

ଖାତା ଦେଖା କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଅଧ୍ୟାପକ ମାନେ ନିଜନିଜ ମୋବାଇଲର ଟର୍ଚ୍ଚକୁ ଜଳାଇ ଖାତା ଦେଖି ଦେଖୁଥିଲେ । ତେବେ ମୋବାଇଲ ଲାଇଟରେ ଖାତାର ମୂଲ୍ୟାଙ୍କନ କିଭଳି କରିଛନ୍ତି ତାହା ଏବେ ସବୁଠି ପ୍ରଶ୍ନବାଚି ସୃଷ୍ଟି କରିଛି ।

କଲେଜର ଗୋଟିଏ ଭାଗରେ ବିଦ୍ୟୁତର ବିକଳ୍ପ ବ୍ୟବସ୍ଥା ଅଛି । ତେବେ ନିର୍ବାଚନ ପରେ ସେଇ ଭାଗରେ ଇଭିଏମ୍ ମେସିନର ଷ୍ଟ୍ରଙ୍ଗରୁମ୍ ହୋଇଥିବାରୁ ଖାତାଦେଖାରେ ବ୍ୟାଘାତ ସୃଷ୍ଟି ହୋଇଛି ।

କେଉଁ ପରିସ୍ଥିତିରେ ଓ କାହିଁକି ଅଧ୍ୟାପକ ମାନେ ଏଭଳି କଲେ ତାହାର ତଦନ୍ତ କରିବା ସହିତ ଯୁକ୍ତ୨ କାଉନସିଲ୍ ସହିତ କାଥା ହୋଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୂଲ୍ୟାଙ୍କନ ଜୋନ ଦାୟିତ୍ୱରେ ଥିବା ଅଧ୍ୟାପକ କାଶୀନାଥ ବେହେରା ।

   Related Posts