ଗାଡି ଚୋରୀ ରୋକିବ “ଟ୍ରାକିଙ୍ଗ ଇଣ୍ଡିଆ ସିଷ୍ଟମ୍ ଡିଭାଇସ୍”
22/11/2019 at 2:48 PM

ବାଲିପାଟଣା ୨୨।୧୧: ଗାଡି ଚୋରୀ ଏକ ବଡ ସମସ୍ୟା ହୋଇ ଦେଖାଯାଇଛି । ଗାଡି ଚୋରୀକୁ ରୋକିବା ପାଇଁ ଟ୍ରାକିଙ୍ଗ ଇଣ୍ଡିଆ ସିଷ୍ଟମ୍ ନାମକ ଏକ ଡିଭାଇସକୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତେରବାଟିଆ ଗାଁର ସନ୍ତୋଷ ପରିଡା ଉଦ୍ଭାବନ କରିଛନ୍ତି । ଏହି ଡିଭାଇସ୍ କୁ ଗାଡି ସହିତ ସଂଯୋଗ କରିବା ଦ୍ବାରା ଗାଡି ଚୋରୀ କରାଯାଇପାରିବେ ନାହିଁ ବୋଲି ସନ୍ତୋଷ କହିଛନ୍ତି ।

ସୂଚନାଯୋଗ୍ୟ ଯେ , ବାଲିପାଟଣା ତେରବାଟିଆ ଗାଁର ସନ୍ତୋଷ ଉଦ୍ଭାବନ କରିଥିବା ଟ୍ରାକିଙ୍ଗ ଇଣ୍ଡିଆ ସିଷ୍ଟମ୍ ଡିଭାଇସଟିକୁ ଯେକୌଣସି ଗାଡିରେ ସଂଯୋଗ କଲେ ଗାଡି ଚୋରୀ ହୋଇପାରିବ ନାହିଁ ଜଣାପଡିଛି । ପୂର୍ବରୁ ଗାଡି ଚୋରୀକୁ ରୋକିବା ପାଇଁ ରିମୋଟ ଲକର ସୁବିଧା ରହିଥିଲା , କିନ୍ତୁ ଏବେ ଏହି ନୂତନ ଆବିଷ୍କାର ଦ୍ବାରା କେବଳ ଗୋଟିଏ ଫୋନ୍ କଲ ଦ୍ବାରା ହିଁ ଗାଡି ଲକ୍ ହୋଇଯିବ । ଅନ୍ୟ କୌଣସି ବିକଳ୍ପରେ ଗାଡି ଷ୍ଟାଟ ହେବ ନାହିଁ । ଭାରତର ଯେଉଁ ସ୍ଥାନରେ ଗାଡି ଥିଲେ ମଧ୍ୟ ଗୋଟିଏ କଲରେ ଗାଡି ଷ୍ଟାଟ ବନ୍ଦ ହୋଇଯିବ । ଏପରିକି ଗାଡି ଚୋରୀ ହଲେ ସାଇରନ୍ ବାଜିବା ସହ ଗାଡି ମାଲିକଙ୍କ ପାଖକୁ ଏକ ଫୋନ୍ କଲ୍ ଯିବ । ଗାଡି ସହ କଣ ଘଟୁଛି ତାହାର ଅଡିଓ ଭଏସ୍ ଫୋନ ଯୋଗେ ଶୁଣିପାରିବେ ଗାଡି ମାଲିକ । ସିଷ୍ଟମ୍ ପାଇଁ କୌଣସି ଦାମୀ ସ୍ମାର୍ଟ ଫୋନ୍ ବା ଆପ୍ ର ଆବଶ୍ୟକତା ନାହିଁ, ଯେ କୌଣସି ଫୋନରେ ଏହା କର୍ଯ୍ୟ କରିପାରିବ ।

ଟ୍ରାକିଙ୍ଗ ଇଣ୍ଡିଆ ସିଷ୍ଟମ୍ ଡିଭାଇସକୁ ଉଦ୍ଭାବନ ପାଇଁ ସନ୍ତୋଷଙ୍କୁ ପ୍ରାୟ ବର୍ଷେ ସମୟ ଲାଗିଛି। ସେନ୍ସର ଏବଂ ଡିସି ବୋର୍ଡ ନେଇ ଏହି ଡିଭାଇସ ପ୍ରସ୍ତୁତ ହୋଇଛି । ଏଭଳି ଉଦ୍ଭାବନକୁ ଲୋକେ ଦେଖିବା ପରେ ସନ୍ତୋଷ ଙ୍କୁ ପ୍ରସଂସା କରିଛନ୍ତି । ଏହି ଡିଭାଇସର ଦାମ ମାତ୍ର ୨୮୦୦ ଓ ୩୫୦୦ ଟଙ୍କାର ଦୁଇଟି ମଡେଲ ଟ୍ରାକିଙ୍ଗ ଇଣ୍ଡିଆ ର ରେଟ୍ । ଯେ କୌଣସି ଲୋକ ଏହାକୁ ବ୍ୟବହାର କରିପାରିବ । ଦୁଇଚକିଆ ଓ ଚାରି ଚକିଆ ଗାଡି ଏହାକୁ ବ୍ୟବହାର କରିହେବ । ପୂର୍ବତନ ପୋଲିସ୍ ଡିଜି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମ। ଏହି ଡିଭାଇସ୍ କୁ ଖୁବ୍ ପ୍ରସଂସା କରିଛନ୍ତି ।

ସନ୍ତୋଷଙ୍କର ଶିକ୍ଷାଗତ ଯୋଗ୍ୟତା ଯୁ୍କ୍ତ ୨ । ମାତ୍ର ସନ୍ତୋଷଙ୍କର ବୁଦ୍ଧି ଯୋଗୁ ଏଭଳି ଡିଭାଇସ୍ ଉଦ୍ଭାବନ କରିପାରିଛନ୍ତି । ଚୀନର ବୌଜ୍ଞାନିକ ମାନେ ମଧ୍ୟ ଏହି ଡିଭାଇସ୍ କୁ ପ୍ରସଂସା କରିଛନ୍ତି । ମାତ୍ର ଅର୍ଥ ବାଧକ ସାଜୁଥିବାରୁ ସନ୍ତୋଷ ଏହାର ପ୍ରଚାରପ୍ରସାର କରିବାରେ ସମସ୍ୟାକୁ ସାମ୍ନା କରୁଛନ୍ତି । ସନ୍ତୋଷ ଙ୍କର ଅନ୍ୟ ଏକ ଡିଭାଇସ୍ ଟ୍ରାକିଙ୍ଗ ହୋମ୍ ଇଣ୍ଡିଆ ଉଦ୍ଭାବନ ଶେଷ ପର୍ଯ୍ୟ।ୟରେ , ଯେଉଁଥିରେ ଘରମାନଙ୍କରୁ ଚେରୀ ହେଉଥିବା ସମାଗ୍ରୀ ଉପରେ ରୋକ ଲଗାଯାଇପାରିବ ।