ଯୁକ୍ତ ଦୁଇ କାଉନସିଲର ଅବହେଳା ପାଇଁ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ
3/07/2019 at 3:17 PM

ବାସୁଦେବପୁର ୩|୭: ଯୁକ୍ତ ଦୁଇ କାଉନସିଲର ଖାମଖିଆଲି ନୀତି ପାଇଁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କର ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଛାତ୍ରୀ ଜଣକ ହେଲେ ମନ୍ଦାରୀ କଲେଜ ମନ୍ଦାରୀର ଯୁକ୍ତ ଦୁଇର ଛାତ୍ରୀ ବର୍ଷ।ରାଣୀ ଦତ୍ତ । ବର୍ଷ।ରାଣୀ ପରୀକ୍ଷାରେ ସମସ୍ତ ବିଷୟରେ ପରୀକ୍ଷା ଦେଇଥିଲେ ବି ତାଙ୍କୁ ଅନୁପସ୍ଥିତ ଦର୍ଶ।ଇ ଫେଲ୍ କରିଛନ୍ତି କାଉସିଲ୍ କର୍ତ୍ତୃପକ୍ଷ । ତେବେ ଚଳିତବର୍ଷ ଯୁକ୍ତ ଦୁଇ କଳାରେ ବୋର୍ଡ ପରୀକ୍ଷା ଦେଇଥିଲେ ବର୍ଷ। । ସମସ୍ତ ବିଷୟରେ ଭଲ ନମ୍ବର ରଖି ବି ପଲିଟିକାଲ ସାଇନ୍ସ ବିଷୟରେ ଅନୁପସ୍ଥିତ ଥିବା ପରୀକ୍ଷା ଫଳରେ ପ୍ରକାଶ ପାଇଥିଲା ।
ତେବେ ସେ ସମସ୍ତ ପରୀକ୍ଷା ଦେଇଥିବା ବେଳେ କେମିତି ତାକୁ ଅନୁପସ୍ଥିତ କରାଯାଇଛି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଛାତ୍ରୀ ଜଣକ ଜାଣିବା ପରେ କଲେଜକୁ ବାରମ୍ବାର ଦଉଡିଥିଲେ ମଧ୍ୟ କଣ ପାଇଁ ତାଙ୍କୁ ସମ୍ପୃକ୍ତ ବିଷୟରେ ଅନୁପସ୍ଥିତ କରାଯାଇଛି ତାହାର ସଠିକ୍ ଉତ୍ତର ପାଇ ପାରିନାହିଁ । ତେବେ କଲେଜର କୌଣସି ଭୁଲ ନାହିଁ, ଏ ଭୁଲ୍ କାଉସିଲର । ଛାତ୍ରୀ ଜଣଙ୍କ ସମସ୍ତ ବିଷୟରେ ପରୀକ୍ଷା ଦେଇଛନ୍ତି ତାର ସମସ୍ତ ପ୍ରମାଣପତ୍ର ଆମେ କାଉନସିଲକୁ ଚିଠି ସହିତ ପଠାଇଦେଇଛୁ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷ। ଅନ୍ୟପକ୍ଷରେ ଛାତ୍ରୀ ଜଣକ ମଧ୍ୟ କାଉସିଲର ଦ୍ବାରସ୍ତ ହୋଇ ଅଭିଯୋଗ କରିଥିବା ଜଣାପଡିଛି।