୯ ତାରିଖରେ ବାହାରିବ ଯୁକ୍ତ ୨ କଳା, ବାଣିଜ୍ୟ ରେଜଲ୍ଟ

Published By : Prameya-News7 Bureau | June 07, 2018 IST

ଆଉ ଦିନକ ପରେ ଅର୍ଥାତ ୯ ତାରିଖରେ ବାହାରିବ ଯୁକ୍ତ ୨ କଳା, ବାଣିଜ୍ୟ ରେଜଲ୍ଟ । ପରିଷଦର ମୁଖ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ପର୍ବାହ୍ନ ୧୧ଟାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଫଳ ପୁସ୍ତିକା ଉନ୍ମୋଚନ କରିବେ । ପରିଷଦ ପକ୍ଷରୁ ଜାରି ଦୁଇଟି ୱେବସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ସେଗୁଡିକ ହେଲା www.chseodisha.nic.in ଓ www.odisharesults.nic.in । ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଚଳିତ ବର୍ଷ କଳାରେ ୨ ଲକ୍ଷ ୩୪ ହଜାରରୁ ଅଧିକ ଓ ବାଣିଜ୍ୟରେ ୨୭ ହଜାର ୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ଖାତା ଦେଖାରେ ବିଭ୍ରାଟ ଯୋଗୁଁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.