ବୁଧବାର ବାହାରିବ +୨ ବିଜ୍ଞାନ ରେଜଲ୍ଟ, ଏ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଫଳ

Published By : Prameya-News7 Bureau | August 10, 2020 IST

ଭୁବନେଶ୍ବର ୧୦।୮: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ୧୨ ତାରିଖ ଦିନ ସାଢେ ୧୨ଟା ବେଳେ CHSE ଅଫିସ୍‌ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ସେହିଭଳି ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ । ଓ୍ବେବ୍‌ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ପାଇପାରିବେ ।

ଚଳିତ ବର୍ଷ ୩ଲକ୍ଷ ୫୦ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ । ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଯୁକ୍ତ ଦୁଇ ଖାତାଦେଖା ବିଳମ୍ବ ହୋଇଥିଲା । ସେଥିପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି । ପୂର୍ବ ସୂଚନା ଅନୁସାରେ ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.