ପ୍ରକାଶ ପାଇଲା +୨ବିଜ୍ଞାନ ରେଜଲ୍ଟ, ବାଜି ମାରିଲେ ଛାତ୍ର

Published By : Prameya-News7 Bureau | August 12, 2020 IST

ଭୁବନେଶ୍ୱର ୧୨।୦୮: ପ୍ରକାଶ ପାଇଲା +୨ ବିଜ୍ଞାନ ରେଜଲ୍ଟ । ଚଳିତ ବର୍ଷ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିଲା, ସେମାନଙ୍କ ମଧ୍ୟରୁ ୬୮ହଜାର ୩୭୪ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଚଳିତବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । CHSE ଅଫିସରେ ରେଜଲ୍ଟ ପ୍ରକାଶ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ଛାତ୍ରଙ୍କ ପାସ୍‌ ହାର ୩୯ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୩୧ ପ୍ରତିଶତ ରହିଛି ।  ୨୦ ଟି କଲେଜରେ ପାସ୍‌ ହାର ୧୦୦ ପ୍ରତିଶତ ରହିଛି । ଅନ୍ୟପଟେ ୧୫ଟି କଲେଜରେ କେହିବି ପାସ୍ କରିନାହାନ୍ତି । ‌ ପାସ୍‌ ହାରରେ ନୟାଗଡ଼ ଜିଲ୍ଲାରେ ଆଗରେ ରହିଛି । ନୟାଗଡ ଜିଲ୍ଲାରେ ୮୬.୫୧ ପ୍ରତିଶତ ପିଲା ପାସ୍‌ କରିଛନ୍ତି ।  ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ପାସ୍‌ ହାର ସବୁଠାରୁ କମ୍‌ ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ପାସ୍‌ ହାର ସର୍ବନିମ୍ନ ୪୦. ୭୧ ପ୍ରତିଶତ ରହିଛି ।  ତେବେ ପାସ୍‌ କରିଥିବା ଛାତ୍ରାଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ୨୫ହଜାର ୩୩୯ଜଣ, ଛାତ୍ରଛାତ୍ରୀ ।  ଦ୍ୱିତୀୟ ଶ୍ରେଣୀରେ ୨୪ହଜାର ୧୨୧ଜଣ ପାସ୍‌ କରିଛନ୍ତି । ତୃତୀୟ ଶ୍ରେଣୀରେ ୧୮ହଜାର ୨୬୦ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିପରି ଏହି ମାସ ଶେଷ ସୁଦ୍ଧା ବାଣିଜ୍ୟ ରେଜଲ୍ଟ ବାହାରିବା ପରେ ପୁନଃମୂଲ୍ୟାୟନ ନେଇ ସୂଚନା ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ତେବେ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ www.orissaresults.nic.in ୱେବସାଇଟରେ ନିଜ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ଦେଖିପାରିବେ । ରେଜଲ୍ଟ ଜାଣିବା ପାଇଁ କାଉନସିଲ (CHSE)ର ଟୋଲ ଫ୍ରି ନମ୍ବର ୨୪ ଘଣ୍ଟା ଖୋଲା ରହିବ । 0674-2300914 ରେ କଲ୍‌ କରି ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.