Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଡେରିରେ ବାହାରିବ +୨ ରେଜଲ୍ଟ, ଲକଡାଉନ୍ ପାଇଁ ଖାତାଦେଖା ପ୍ରଭାବିତ

18/07/2020 at 8:47 AM

ଭୁବନେଶ୍ୱର,୧୮|୦୭: ଲକଡାଉନ୍ ପାଇଁ ଯୁକ୍ତ ୨ ଖାତାଦେଖା ପ୍ରଭାବିତ ହୋଇଛି । ଚଳିତ ବର୍ଷ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ଯୁକ୍ତ ଦୁଇ ଫଳ ବାହାରିବାରେ ବିଳମ୍ବ ହେବ । ସିବିଏସ୍‌ଇ ଓ ଆଇସିଏସ୍‌ଇ ଠିକ୍‌ ସମୟରେ ଫଳ ବାହାର କରିଥିବା ବେଳେ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ କିନ୍ତୁ କରୋନା ସଂକ୍ରମଣ ନେଇ ସରକାର ଜାରି କରିଥିବା ବିଭିନ୍ନ କଟକଣାକୁ ଆଳ କରି ମୂଲ୍ୟାୟନରେ ବିଳମ୍ବ ହେଉଥିବା ସଫେଇ ଦେଇଛନ୍ତି ।

ଏ ବାବଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, ଏସ୍‌ପି ଓ କଟକ-ଭୁବନେଶ୍ୱର ଡିସିପିଙ୍କୁ ସଟ୍‌ଡାଉନ୍‌ ସମୟରେ ଖାତା ଦେଖିବାକୁ ଚିଠି ଲେଖିଥିଲେ । ହେଲେ ଏବେ ୪ଟି ଜିଲ୍ଲା ଲକ୍‌ଡାଉନ୍‌ ହୋଇଛି । ଏହି ୪ଟି ଜିଲ୍ଲାରେ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । ଏହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଅବସ୍ଥାକୁ ଦେଖି ବିଚାର କରିବେ ।

ବର୍ତ୍ତମାନ ଚାଲିଥିବା ଲକଡାଉନ୍‌ ଓ ସଟ୍‌ଡାଉନ୍‌ ଉପରେ ଖାତାଦେଖା ନିର୍ଭର କରୁଛି । ଏଯାଏଁ ଯେହେତୁ ଖାତା ଦେଖା ସରିନି, ତେଣୁ ଫଳ ବାହାରିବା ନେଇ ନିର୍ଦ୍ଦିଷ୍ଟ ତାରିଖ କହି ହେଉନି । ଲକ୍‌ଡାଉନ୍‌ ଭିତରେ କେତେ ଖାତା ଦେଖା ହୋଇପାରିବ କି ନାହିଁ ତାହା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ତା’ପରେ ଫଳ କଥା କହିବେ ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts