ଆଜି ଯୁକ୍ତ 2 ବିଜ୍ଞାନ ରେଜଲ୍ଟ , ମଧ୍ୟାହ୍ନ ସାଢ଼େ ୧୨ଟାରେ CHSE ଅଫିସରେ ପ୍ରକାଶ ପାଇବ
12/08/2020 at 7:25 AM

ଭୁବନେଶ୍ୱର ୧୨।୦୮: ଆଜି ପ୍ରକାଶ ପାଇବ + 2 ବିଜ୍ଞାନ ରେଜଲ୍ଟ । ମଧ୍ୟାହ୍ନ ସାଢ଼େ ୧୨ଟାରେ CHSE ଅଫିସରେ ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବ୍ ସାଇଟ୍ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ବିଷୟରେ ଜାଣିପାରିବେ। ଏଥିସହ ମୋବାଇଲ୍ ନମ୍ବର ୦୬୭୪-୨୩୦୦୯୧୪/୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ସେହିପରି ସାମ୍ସର ଇ -ସ୍ପେସ୍ ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି। ୭୦୩ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସାମସ୍ ଇ ସ୍ପେସ୍ ମାଧ୍ୟମରେ କଲେଜ ଗୁଡିକୁ ରେଜଲ୍ଟ ପଠାଯିବ । ସେହିଭଳି ଅଗଷ୍ଟ ତୃତୀୟ ସପ୍ତାହରେ + 2 ବାଣିଜ୍ୟ ରେଜଲ୍ଟ ଓ ଅଗଷ୍ଟ ଶେଷ ସପ୍ତାହରେ + 2 କଳା ରେଜଲ୍ଟ ପ୍ରକାଶ ପାଇବ ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ବୁଧବାର(ଆଜି) ଅପରାହ୍ ଣ ସାଢ଼େ ୧୨ଟାରେ ପ୍ରକାଶ ପାଇବ ।