Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

+୨ ନାମଲେଖା ପାଇଁ ବାହାରିବ ମେରିଟ୍‌ ଲିଷ୍ଟ, ସାଢ଼େ ୧୧ଟାରେ ପ୍ରକାଶ ପାଇବ ତାଲିକା

13/09/2021 at 8:53 AM

ଭୁବନେଶ୍ୱର ୧୩।୦୯: ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେଧା ତାଲିକା। ଯୁକ୍ତ ୨ ନାମଲେଖା ପୂର୍ବାହ୍ନ ସାଢ଼େ ୧୧ଟାରେ ତାଲିକା ପ୍ରକାଶ ପାଇବା ସହ ବିଭିନ୍ନ କଲେଜ କଟ୍ ଅଫ୍ ମାର୍କ ମଧ୍ୟ ଉପଲବ୍ଧ ହେବ। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୧୪ରୁ ୨୧ତାରିଖ ମଧ୍ୟରେ ଅନୁଷ୍ଠିତ ହେବା

ତେବେ  ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍ ଲେଟର୍‌ରେ ସବିଶେଷ ତଥ୍ୟ ରହିବା ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍ ଲେଟର୍‌ରେ ଉଲ୍ଲେଖ କରାଯିବ। ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି। ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବା ପୂର୍ବାହ୍ନ ୯ଟାରୁ ଅପରାହ୍ଣ ଗୋଟାଏ ଓ ଅପରାହ୍ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବା।

   Related Posts