Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା

21/10/2020 at 1:10 PM

ଭୁବନେଶ୍ୱର ୨୧।୧୦ : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଧନ୍ଦାମୂଳକ ପରୀକ୍ଷାରେ ପାସ୍‌ ମାର୍କ ରଖି ମଧ୍ୟ ଗୋଟିଏ ବିଷୟରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ୍‌ ପରୀକ୍ଷା ଦେଇପାରିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି ପରୀକ୍ଷା ଆସନ୍ତା ନଭେମ୍ବର ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ । ୧୧ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍‌, ଏକ୍ସ-ରେଗୁଲାର୍‌ ଓ ଡିଷ୍ଟାନ୍ସ ଏଜୁକେସନ୍‌ର ଛାତ୍ରଛାତ୍ରୀ ସମସ୍ତ ଥିଓରି ପରୀକ୍ଷା ଦେଇପାରିବେ । ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀମାନଙ୍କୁ ୯ଟା ୪୫ରୁ ପହଞ୍ଚିବାକୁ ପଡ଼ିବ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସେହିପରି ନଭେମ୍ବର ୧୨ ତାରିଖରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍‌, ଏକ୍ସ-ରେଗୁଲାର୍‌ ଓ ଡିଷ୍ଟାନ୍ସ ଏଜୁକେସନ୍‌ର ଛାତ୍ରଛାତ୍ରୀ ସମସ୍ତ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ୍‌ କରିପାରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର ହାୟର୍‌ ସେକେଣ୍ଡାରୀ ସ୍କୁଲର ସମୟ ଅନୁସାରେ ପ୍ରାକ୍ଟିକାଲ କରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସାହୁ କହିଛନ୍ତି । ପରୀକ୍ଷା କରୋନା ଗାଇଡଲାଇନ୍‌ ପାଳନ କରି କରାଯିବ । ବିନା ମାସ୍କରେ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ପାଖାପାଖି ୧୯୦ଟି ପରୀକ୍ଷା ପରିଚାଳନା ହବ୍‌ରେ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପୂର୍ବରୁ ନିଜର ହାୟର୍‌ ସେକେଣ୍ଡାରୀ ସ୍କୁଲରୁ ଆଡମିଟ୍‌ କାର୍ଡ଼ ସଂଗ୍ରହ କରି ନେବାକୁ ପରୀକ୍ଷା ନିୟନ୍ତ୍ରକ ପରାମର୍ଶ ଦେଇଛନ୍ତି ।

   Related Posts