ଆଜିଠାରୁ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର ୧୮|୭: ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ ଷ୍ଟାଣ୍ଟ ପରୀକ୍ଷା ଆଜି ଠାରୁ ଆରମ୍ଭ ହେବ । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ଆଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଜୁଲାଇ ୧୯ ଓ ୨୦ରେ କଳା ଓ ବିଜ୍ଞାନ ବିଭାଗ ସମେତ କଳା ଓ ବାଣିଜ୍ୟ ବିଭାଗର ଡିଷ୍ଟାଣ୍ଟସ୍ ଏଜୁକେସନ୍ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଚଳିତବର୍ଷ ମୋଟ ହଜାରେ ୧୦୬ ଜଣ ଛାତ୍ରଛାତ୍ରୀ ଇନ୍ ଷ୍ଟାଣ୍ଟ ପରୀକ୍ଷା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୮୨୦ଜଣ ଫର୍ମ ପୂରଣ କରିଛନ୍ତି । ପରୀକ୍ଷା ପାଇଁ ରାଜ୍ୟରେ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.