ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍ ପରୀକ୍ଷା, ୧୮୦ କେନ୍ଦ୍ରରେ ୧୩୯୦ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Published By : Prameya-News7 Bureau | November 11, 2020 IST

ଭୁବନେଶ୍ୱର ୧୧।୧୧: ବୁଧବାର ଠାରୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୧ ଓ ୧୨ରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି । ୧୮୦ଟି କେନ୍ଦ୍ରରେ ୧୩୯୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଧନ୍ଦାମୂଳକ ପରୀକ୍ଷାରେ ପାସ୍‌ ମାର୍କ ରଖି ଗୋଟିଏ ବିଷୟରେ ଫେଲ ହୋଇଥିବା ଛାତ୍ରଛାତ୍ରୀମାନେ ବୁଧବାର ଦିନ ଏହି ପରୀକ୍ଷା ଦେଇପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନେଇ ତାରିଖ ଘୋଷଣା କରାଯାଇଛି । ପ୍ରଥମେ ୧୧ତାରିଖରେ କଳା , ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର, ଏକ୍ସ-ରେଗୁଲାର୍ ଓ ଡିଷ୍ଟାନ୍ସ ଏଜୁକେସନର ଛାତ୍ରଛାତ୍ରୀମାନେ ସମସ୍ତ ଥିଓରୀ ପରୀକ୍ଷେ ଦେବେ ।

ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ୯.୪୫ରୁ ପରୀକ୍ଷା ସେଣ୍ଟରରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା । ସେହିପରି ୧୨ତାରିଖରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍‌, ଏକ୍ସ୍‌-ରେଗୁଲାର୍‌ ଓ ଡିଷ୍ଟାନ୍ସ ଏଜୁକେସନ୍‌ର ଛାତ୍ରଛାତ୍ରୀ ସମସ୍ତ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ୍‌ ସେମାନଙ୍କ ହାୟର୍‌ ସେକେଣ୍ଡାରୀ ସ୍କୁଲ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁସାରେ କରାଯିବ । ତେବେ ପରୀକ୍ଷା ସମୟରେ କରୋନା ଗାଇଡ଼ଲାଇନ୍‌କୁ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିନା ମାସ୍କରେ ହଲ୍‌ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.