Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଯୁକ୍ତ ୨ ବୋର୍ଡ ଇନଷ୍ଟାଣ୍ଟ ଏବଂ ଇଚ୍ଛାଧୀନ ପରୀକ୍ଷା ଫଳାଫଳ ଘୋଷିତ, ଚଳିତ ବର୍ଷ ପାସ୍ ହାର ୭୪.୨୮ ପ୍ରତିଶତ

13/01/2021 at 9:30 PM

ଭୁବନେଶ୍ଵର ୧୩।୦୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ବୁଧବାର ଯୁକ୍ତ ୨ର ଇନଷ୍ଟାନ ଏବଂ ବାର୍ଷିକ(ଇଚ୍ଛାଧୀନ) ପରୀକ୍ଷା ଫଳାଫଳ ଘୋଷଣା କରିଛି। ବୋର୍ଡ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ ବିଭାଗର ପରୀକ୍ଷା ଫଳାଫଳ ପ୍ରକାଶ କରିଛି। ଛାତ୍ର-ଛାତ୍ରୀ ଓ୍ଵେବସାଇଟ୍‌ www.orissares ml ts.tire.in  କୁ ଯାଇ ନିଜର ଫଳାଫଳ ଦେଖି ପାରିବେ। ଇଚ୍ଛାଧୀନରେ ତିନୋଟି ବିଭାଗରେ ମୋଟ୍ ୧୦୫ ପିଲା ପରୀକ୍ଷା ଦେଇଥିବା ବେଳେ ୭୮ ଜଣ କୃତକାର୍ଯ୍ୟ କରିଛନ୍ତି। ପାସ୍ ହାର ୭୪.୨୮ ପ୍ରତିଶତ ରହିଛି।

ପ୍ରକାଶିତ ଫଳାଫଳ ଅନୁଯାୟୀ ଚଳିତ ବର୍ଷ ଇଚ୍ଛାଧୀନରେ କଳା ବିଭାଗରେ ମୋଟ୍ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୮ ଜଣ କୃତକାର୍ଯ୍ୟ ହୋଇଥିବା ବେଲେ ପାସ୍ ହାର ୫୪.୫୪ ପ୍ରତିଶତ ରହିଛି। ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୫ ଜଣ ଛାତ୍ରୀ ଥିବା ବେଳେ କେବଳ ୩ ଜଣ ଛାତ୍ର ଅଛନ୍ତି। ୭ ଜଣ ପ୍ରଥମ ଶ୍ରେଣୀରେ, ୬ ଜଣ ଦ୍ଵିତୀୟ ଏବଂ ୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ସେହି ପରି ବିଜ୍ଞାନରେ ୬୦ ଜଣ ପରୀକ୍ଷା ଦେଇଥିଲେ। ୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୮୬.୬୬ ପ୍ରତିଶତ ରହିଛି। ୧୭ ଜଣ ଛାତ୍ର ଏବଂ ୩୫ ଜଣ ଛାତ୍ରୀ କୃତକାର୍ଯ୍ୟ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୩ ଜଣ, ଦ୍ଵିତୀୟରେ ୨୩ ଏବଂ ତୃତୀୟ ଶ୍ରେଣୀରେ ୧୬ ଜଣ ଛାତ୍ର-ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଭୋକେସନାଲରେ ୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ପାସ୍ କରିଛନ୍ତି। ସେଥିରୁ ୫ ଜଣ ଛାତ୍ର ଥିବା ବେଳେ ୩ ଜଣ ଛାତ୍ରୀ ଅଛନ୍ତି। ୬ ଜଣ ପ୍ରଥମ ଏବଂ ୨ ଜଣ ଦ୍ଵିତୀୟ ଶ୍ରେଣୀରେ ପାସ କରିଛନ୍ତି।

ଇନଷ୍ଟାଣ୍ଟରେ ଭୋକେସନଲା ବିଭାଗରେ ୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୬ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨ ପ୍ରତିଶତ ରହିଛି। ଏଥିରେ ୧୨ ଜଣ ଛାତ୍ର ଏବଂ ୧୪ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ଶ୍ରେଣୀରେ ୬ ଜଣ, ଦ୍ଵିତୀୟରେ ୧୩ ଓ ତୃତୀୟ ଶ୍ରେଣୀରେ ୭ ଜଣ ପିଲା ପାସ୍ କରିଛନ୍ତି।

ସେହି ପରି ଇନଷ୍ଟାଣ୍ଟରେ ବାଣିଜ୍ୟ ବିଭାଗରେ ୧୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮୦ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୭.୫୫ ପ୍ରତିଶତ ରହିଛି। ସେଥିରେ ୫୩ ଜଣ ଛାତ୍ର ରହିଥିବା ବେଳେ ୨୭ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ଶ୍ରେଣୀରେ ୧୦, ଦ୍ଵିତୀୟ ଶ୍ରେଣୀରେ ୨୫ ଓ ତୃତୀୟ ଶ୍ରେଣୀରେ ୩୪ ଜଣ ଛାତ୍ର-ଛାତ୍ରୀ କୃତକାର୍ଯ୍ୟ କରିଛନ୍ତି।

ଇନଷ୍ଟାଣ୍ଟରେ କଳା ବିଭାଗରେ ମୋଟ୍ ୩୫୫ ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୨୮୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୮୦.୮୪ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୨୯ ଜଣ,  ଦ୍ଵିତୀୟ ଶ୍ରେଣୀରେ ୬୪ ଏବଂ ତୃତୀୟ ଶ୍ରେଣୀରେ ୧୯୪ ଜଣ ପାସ୍ କରିଛନ୍ତି।

ଇନଷ୍ଟାଣ୍ଟରେ ବିଜ୍ଞାନରେ ସର୍ବାଧିକ ୮୪୨ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ୫୨୬ ଜଣ ଛାତ୍ର-ଛାତ୍ରୀ କୃତକାର୍ଯ୍ୟ କରିଛନ୍ତି। ପାସ୍‌ ହାର ୬୨.୪୭ ପ୍ରତିଶତ ରହିଛି। ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୯୧ ଜଣ ଛାତ୍ର ଓ ୨୩୫ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ଶ୍ରେଣୀରେ ୭୧ ଜଣ, ଦ୍ଵିତୀୟରେ ୨୮୭ ଏବଂ ତୃତୀୟ ଶ୍ରେଣୀରେ ୧୬୫ ଜଣ ଛାତ୍ର-ଛାତ୍ରୀ ପାସ୍ କରିଛନ୍ତି।

   Related Posts