'+୨ ପରୀକ୍ଷା ବାତିଲ କର, ନହେଲେ ରାଜରାସ୍ତାରେ ଦେବୁ ଧାରଣା', ଛାତ୍ରଙ୍କ ଚେତାବନୀ

Published By : Prameya-News7 Bureau | April 29, 2021 IST

ଚଣ୍ଡିଖୋଲ,୨୯/୦୪:   +୨ ପରୀକ୍ଷା ବାତିଲ ନେଇ ରାଜ୍ୟର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ବିକ୍ଷୋଭ କରୁଛନ୍ତି । ଏହାମଧ୍ୟରେ ଗୁରୁବାର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ କଲେଜ ଛାତ୍ରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି।

ବାବା ଭୈରବ ନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରମାନେ ଚଣ୍ଡିଖୋଲ ଛକରେ ପ୍ରତିବାଦ କରିଥିଲେ । କଲେଜରେ ଆବଶ୍ୟକୀୟ କ୍ଲାସ ହୋଇ ନଥିବା ବେଳେ ଅନଲାଇନ ପାଠ ପଢା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆଗାମୀ ଦିନରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ସରକାର ମାଟ୍ରିକ ପରୀକ୍ଷା ବାତିଲ କରିଥିବା ବେଳେ+୨ ପରୀକ୍ଷା ବାତିଲ ପାଇଁ ଛାତ୍ର ଛାତ୍ରୀ ଦାବି କରିଛନ୍ତି। ଆଗାମୀ ଦିନରେ ପରୀକ୍ଷା ବାତିଲ କରା ନଗଲେ ରାଜରାସ୍ତାରେ ଛାତ୍ରଛାତ୍ରୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.