ଆଜି ପ୍ରାକଶ ପାଇବ ଯୁକ୍ତ ୨ କଟଅଫ ମାର୍କ

Published By : Prameya-News7 Bureau | June 29, 2018 IST

ଆଜି ପ୍ରାକଶ ପାଇବ ଯୁକ୍ତ ୨ କଟଅଫ ମାର୍କ । ଯୁକ୍ତ ୨ କଲେଜରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଆଜି ଦିନ ୧୧ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ ତାଲିକା ପ୍ରକାଶ ପାଇବ । ଜୁଲାଇ ୨ ଓ ୫ ତାରିଖ ମଧ୍ୟରେ ନାମ ଲେଖାଇବେ ଛାତ୍ରଛାତ୍ରୀ । ଜୁଲାଇ ୧୦ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ । ଏଥିପାଇଁ ଜୁଲାଇ ୧୧ ଓ ୧୨ରେ ନାମଲେଖା ହେବ । ଜୁଲାଇ ୧୬ରେ ବଳକା ସିଟ ପାଇଁ ତାଲିକା ବାହାରିବ । ଶେଷ ପର୍ଯ୍ୟରେ ଜୁଲାଇ ୧୯ରୁ ୨୧ ମଧ୍ୟରେ ନାମଲେଖା ହେବ । ଜୁଲାଇ ୨୪ରୁ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.