ଆଜି ବାହାରିବ +୨ ବାଣିଜ୍ୟ ଫଳ, ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ

Published By : Prameya-News7 Bureau | August 19, 2020 IST

ଭୁବନେଶ୍ୱର ୧୯।୦୮: ଆଜି ପ୍ରକାଶ ପାଇବ +2 ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ  ସୂଚନା ମୁତାବକ, ଆଜି ଦିନ ୧୧ ଟା ୩୦ରେ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଫଳ ଘୋଷଣା କରାଯିବ । ଚଳିତ ବର୍ଷ ପ୍ରାୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ-୨ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି ।

ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ orissaresults.nic.in, www.chseodisha.nic.in,   examresults.net ୱେବସାଇଟ୍ ରେ ଫଳ ଦେଖିପାରିବେ । ମାର୍ଚ୍ଚ ୩ରୁ ୧୧୪୩ କେନ୍ଦ୍ରରେ ଆରମ୍ଭ ହୋଇଥିଲା ପରୀକ୍ଷା । କରୋନା କଟକଣାରେ ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା । ଅଗଷ୍ଟ ୩୧ ସୁଦ୍ଧା +2 କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ । ସେହିପରି ଆସନ୍ତା ୩୧ ତାରିଖ ପୂର୍ବରୁ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଫଳ ବାହାରିବ । ଚଳିତବର୍ଷ ଯୁକ୍ତ ଦୁଇରେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତ ୧୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.