ସେପ୍ଟେମ୍ବର ୫ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ

Published By : Prameya-News7 Bureau | September 03, 2020 IST

ଭୁବନେଶ୍ବର ୩।୮: ସେପ୍ଟେମ୍ବର ୫ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ । ଏହାସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କୋଭିଡ୍‌ କଟକଣା ଯୋଗୁଁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଥିଲା । ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବ ବୋଲି କହିଥିଲେ ମନ୍ତ୍ରୀ ସମୀର ଦାଶ ।

ଚଳିତ ବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.