ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ ଯୁକ୍ତ ୨ କଳା ପରୀକ୍ଷା ଫଳ

Published By : Prameya-News7 Bureau | August 25, 2020 IST

ଭୁବନେଶ୍ବର ୨୫।୮: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ । ଏହାସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । କୋଭିଡ୍‌ କଟକଣା ଯୋଗୁଁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହେଉଛି । ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଅଗଷ୍ଟ ଶେଷ ସପ୍ତାହରେ ପ୍ରକାଶ ପାଇବାର ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଗତ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.