୨୦୧୮ ଶିକ୍ଷା ବର୍ଷ ପାଇଁ ଆଜିଠାରୁ ଯୁକ୍ତ-୨ କଲେଜରେ ନାମଲେଖା ପାଇଁ ଆବେଦନ ପ୍ରକିୟା ଆରମ୍ଭ

Published By : Prameya-News7 Bureau | June 01, 2018 IST

୨୦୧୮ ଶିକ୍ଷା ବର୍ଷ ପାଇଁ ଆଜିଠାରୁ ଯୁକ୍ତ୨ କଲେଜରେ ନାମଲେଖା ପାଇଁ ଆବେଦନ ପ୍ରକିୟା ଆରମ୍ଭ ହେବ। ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ପୂର୍ବାହ୍ନ ୧୧ଟା ପରେ ‘www.samodisha.gov.in’ ମାଧ୍ୟମରେ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୧୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ଡକ୍ୟୁମେଣ୍ଟ ସହ ନିର୍ଧାରିତ ଫି’ ସାମ୍ ସ ସେଣ୍ଟର୍ ରେ ଦାଖଲ କରିପାରିବେ ଛାତ୍ର ଛାତ୍ରୀ।। ଜୁନ୍ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍ ୨୫ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଏଥର କେବଳ ଅନ୍ ଲାଇନ୍ ରେ ନାମଲେଖା ଅନୁଷ୍ଠିତ ହେବ। କମନ୍ ଆପ୍ଲିକେସନ ଫର୍ମ ବା ସିଏଏଫ୍ ପୂରଣ କରିବା ପୂର୍ବରୁ କମନ୍ ପ୍ରସ୍ପେକ୍ ଟସ୍ କୁ ଭଲ ଭାବେ ପଢ଼ି ଅାବେଦନ କରିବା ଦରକାର। ଜୁଲାଇ ୩ରେ ସେକେଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୪ରୁ ୬ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୧୧ରେ ବଳକା ସିଟ୍ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୧୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.