ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା : ୨୫ ଯାଏ ଆବେଦନ, ୩୦ରେ ମେଧା ତାଲିକା

Published By : Prameya-News7 Bureau | October 12, 2021 IST

ଭୁବନେଶ୍ୱର ୧୨।୧୦: ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ୨୫ ଯାଏ ଆବେଦନ, ୩୦ରେ ମେଧା ତାଲିକା । ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଖାଲି ଥିବା ସିଟ୍ ପୂରଣ ପାଇଁ ପୁଣିଥରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ସାମ୍ ସ ୱେବସାଇଟ୍ ରେ www.samsodisha.gov.in କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ।

ଆବେଦନ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ୨୫ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୩୦ରେ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ନଭେମ୍ବର ୧ରୁ ୩ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଡାଟା ଅପ୍ ଡେଟେସନ୍ ନଭେମ୍ବର ୫ ସୁଦ୍ଧା କରାଯିବ। ୯ ତାରିଖରେ ସ୍ପଟ୍ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୯ ଓ ୧୦ ତାରିଖରେ ନାମ ପଞ୍ଜୀକରଣ କରିବେ ଏବଂ ୧୧ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ନଭେମ୍ବର ୧୧ ଓ ୧୨ରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ଆବେଦନ କରି କୌଣସି ଶିକ୍ଷାନୁଷ୍ଠାନ ପାଇଁ ଚୟନ ହୋଇ ନଥିବା ଛାତ୍ରଛାତ୍ରୀ ସିଏଏଫ୍ ଫି’ ନ ଦେଇ ପୂର୍ବ ଲଗ୍ -ଇନ୍ ମାଧ୍ୟମରେ ପୁଣି ଥରେ ଆବେଦନ କରିପାରିବେ। ନାମଲେଖା ସମୟରେ କଲେଜରେ କେବଳ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.