ଆମାଜନରେ ଅନଲାଇନ୍ ଗଞ୍ଜେଇ ବିକ୍ରି କରୁଥିଲେ +୩ ଛାତ୍ର, ହୋମ୍ ଡେଲିଭରୀ କରୁଥିବା ବେଳେ ଗିରଫ

Published By : Prameya-News7 Bureau | July 19, 2020 IST

ଜୟପୁର, ୧୯|୦୭:  ରାଜସ୍ଥାନର ରାଜଧାନୀ ଜୟପୁରରେ ଅନଲାଇନ୍ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଯୁକ୍ତ ୩ ଛାତ୍ରଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଜଣଙ୍କ ବାଣିଜ୍ୟ ବିଭାଗ ତୃତୀୟ ବର୍ଷର ଛାତ୍ର ଅଟନ୍ତି ।  ଅନଲାଉନ୍ ସେଲିଂ ସାଇଟ୍ ଆମାଜନରେ ସେ ନିଜର ଏକ ଓ୍ୱେବସାଇଟ୍ କରି ସେ ଗଞ୍ଜେଇର ହୋମ୍ ଡେଲିଭରୀ କରୁଥିଲେ । ଛୋଟଛୋଟ ପ୍ୟାକେଟ୍ କରି ସେ ଚୋରାଚାଲାଣ କରୁଥିଲେ । ହୋମ୍ ଡେଲିଭରୀ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏଥିରେ ଆହୁରି ଅନେକ ବ୍ୟକ୍ତି ସାମିଲ ଥିବା ପୋଲିସ ଆଶଙ୍କା କରୁଛି ।

ଅପରେସନ୍ କ୍ଲିନ୍ ସ୍ୱିପ୍ ମାଧ୍ୟମରେ ଜୟପୁର ପୋଲିସ ଅଭିଷେକ ଓରଫ ବାବୁକୁ ଗିରଫ କରିଛି । ତା ନିକଟରୁ ୩୨ କେଜି ଗଞ୍ଜେଇ ଜବତ ହୋଇଛି । ସେ ବିକମ୍ ଶେଷ ବର୍ଷର ଛାତ୍ର । ସେ ଆମାଜନରେ ଓ୍ୱିଡ୍ ନାମରେ ଏକ ଓ୍ୱେବସାଇଟ୍ କରି ଅନଲାଇନ୍ ଗଞ୍ଜେଇ ବିକ୍ରି କରିବା ସହ ନିଜେ ହୋମ୍ ଡେଲିଭରୀ କରୁଥିଲେ । ପଢିବା ସମୟରେ ଶୀଘ୍ର ଟଙ୍କା ଲୋଭରେ ସେ ଏପରି ରାସ୍ତା ବାଛିଥିଲେ ।

ଅଭିଯୁକ୍ତକୁ ଜେରା କରିବା ପରେ ଜଣାପଡିଛି ଯେ, ଅଭିଷେକ ଟ୍ୟାକ୍ସି କରି ଗଞ୍ଜେଇ ଜୟପୁରକୁ ଆଣୁଥିଲା । ସେଠାରୁ ଅନଲାଇନ୍ ଅର୍ଡର ପାଇବା ପରେ ହୋମ୍ ଡେଲିଭରୀ କରୁଥିଲା । କଲ୍ ସେଣ୍ଟରରେ କାମ କରୁଥିବା କିଛି ଯୁବକ ଚାପରୁ ମୁକ୍ତ ହେବା ପାଇଁ ଗଞ୍ଜେଇ ଅର୍ଡର କରୁଥିଲେ । ଏହାକୁ ୧୦ ଗ୍ରାମ୍ ପିଛା ୩୦୦ ଟଙ୍କାରେ ବିକ୍ରି କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.