ଆଜିଠୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସି˚ ଡିଗ୍ରୀ କଲେଜ ନାମଲେଖା ଲାଗି ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ‘www.samsodisha.gov.in’ରେ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବେଦନ କରିପାରିବେ । ଏହାପରେ ଆଉ କାହାକୁ ବି ସୁଯୋଗ ମିଳିବ ନାହିଁ।

ଯୁକ୍ତ ୩ କଲେଜରେ ନାମଲେଖା ଏଥର କେବଳ ଅନ୍‌ଲାଇନରେ ହେବ । ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍  ନମ୍ବର ଓ ଇ-ମେଲ୍ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି । ଜଣେ ଛାତ୍ର ଅତି କମ୍‌ରେ ୫ଟି ଓ ଅତି ବେଶିରେ ୨୦ଟି କଲେଜ ପାଇଁ ଆବେଦନ କରିପାରିବେ। କମନ୍ ଆପ୍ଲିକେସନ ଫି’ କେବଳ ଅନ୍‌ଲାଇନ୍‌ରେ ଦାଖଲ କରିହେବ । ଦିବ୍ୟାଙ୍ଗ ଓ କିନ୍ନରଙ୍କୁ ଫି’ ଦେବାକୁ ପଡ଼ିବ ନାହିଁ । ଜୁଲାଇ ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ସାମସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ ।

ଏହାପରେ ଜୁଲାଇ ୧୮ରେ ପ୍ରଥମ ମେରିଟ୍  ଲିଷ୍ଟ ପ୍ରକାଶ କରାଯିବ । ତାଲିକାରେ ପ୍ରକାଶିତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ତାରିଖ ଅପରାହ୍ନ ୫ଟା ମଧ୍ୟରେ ଚାଲିବ। ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍  ଅଫ୍ ମାର୍କ ତାଲିକା ପ୍ରକାଶ କରାଯିବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ବଳକା ସିଟ୍ ଲାଗି ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୨୪ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.