Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଜି ପ୍ରକାଶ ପାଇବ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

28/09/2020 at 10:41 AM

ଭୁବନେଶ୍ବର ୨୮।୯: ଆଜି ପ୍ରକାଶ ପାଇବ ଯୁକ୍ତ ୩ ମେଧା ତାଲିକା । ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜଗୁଡିକରେ ନାମଲେଖା ଲାଗି ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସୋମବାରଠାରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ।

ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତଛାତ୍ରୀ ଆବେଦନ କରିଛନ୍ତି । ଆଜି ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ଚାଲିବ।

ସେପ୍ଟେମ୍ବର ୮ରୁ ଯୁକ୍ତ ୩ ନାମଲେଖା ପାଇଁ ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି । ଚଳିତବର୍ଷ କଳା ବିଭାଗରେ ୧,୩୯,୦୨୫, ଫିଜିକ‌ାଲ ସାଇନ୍ସରେ ୪୨,୨୩୪, ବାୟୋଲୋଜିକାଲ ସାଇନ୍ସରେ ୨୬,୬୧୦, ବାଣିଜ୍ୟରେ ୩୧,୧୩୯, ସେଲ୍ଫ ଫାଇନାନ୍ସିଂରେ ୧୬୬୬ ଓ ସଂସ୍କୃତ ବିଭାଗର ୯୧୧୬ ସିଟ୍‌ରେ ନାମଲେଖା ହେବ।

   Related Posts