ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ, ଏହି ଆଧାରରେ ମିଳିବ ମାର୍କ

Published By : Prameya-News7 Bureau | June 18, 2021 IST

ଭୁବନେଶ୍ଵର ୧୮।୦୬: ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ଦ୍ଵାଦଶ ପରୀକ୍ଷା ଫଳ। ଫଳାଫଳ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଦଶମ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କୁ ମାଟ୍ରିକ ଭିତ୍ତିରେ ନମ୍ବର ଦିଆଯିବ।  ଯେଉଁ ଛାତ୍ର-ଛାତ୍ରୀ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇ ପାରିବେ। କୋଭିଡ୍ ପରିସ୍ଥିତି ସ୍ଵାଭାବିକ ହେବା ପରେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଥିଲା। ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯାଇଥିଲା। କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ। ଏହି କମିଟି ଦଶମ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ୧୨ ଦ୍ଵାଦଶ ପରୀକ୍ଷାର ମୂଲ୍ୟାୟନ କରାଯାଉ ବୋଲି ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ଉପରେ ଏବେ ମୋହର ମାରିଛି ଉଚ୍ଚ ଶିକ୍ଷା ବିଭାଗ।

ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡ. ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ ଡର ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ର-ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.