ଜୁନ୍ ପହିଲାରୁ ଆରମ୍ଭ ହେବ +୨ ଖାତାଦେଖା, ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ୍ କରିବାକୁ ଜିଲ୍ଲାପାଳଙ୍କୁ ଚିଠି

Published By : Prameya-News7 Bureau | May 26, 2020 IST

ଭୁବନେଶ୍ୱର , ୨୬|୦୫:  ଜୁନ୍‌ ପହିଲାରୁ ଆରମ୍ଭ ହେବ +୨ ପରୀକ୍ଷା ଖାତା ଦେଖା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସିଏଚଏସଇ ଏହି ପ୍ରସଙ୍ଗରେ ସମସ୍ତ ଖାତାଦେଖା କେନ୍ଦ୍ରକୁ ସାନିଟାଇଜ୍ କରିବା ପାଇଁ ଚିଠି ଲେଖିଛି ।  ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସିଏଚଏସଇ ଅଧ୍ୟକ୍ଷ ଚିଠିଲେଖିଛନ୍ତି ।

ସୂଚନାଯୋଗ୍ୟ, ଆଜିଠାରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହୋଇଛି । ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ମାଟ୍ରିକ୍ ଖାତା ମୂଲ୍ୟାୟନ ହେବ । ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଭିତରେ ଥିବା ଶିକ୍ଷକମାନେ ହିଁ ଖାତା ଦେଖିବେ । ଦୂରଦୂରାନ୍ତରୁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବା ଆସିବାରେ ଅସୁବିଧା ଓ ମୂଲ୍ୟାୟନ କେନ୍ଦ୍ର ନିକଟରେ ଖାଇବା ପିଇବା ଓ ରହିବାର ବ୍ୟବସ୍ଥା ହେଇ ନପାରିବାରୁ ବୋର୍ଡ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.