ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Published By : Prameya-News7 Bureau | June 21, 2019 IST

ଭୁବନେଶ୍ବର ୨୧|୬: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଳାରେ ପାସ୍‌ ହାର ୬୫.୮୯ ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ପାସ୍ ହାର ୭୦.୨୬ ପ୍ରତିଶତ ରହିଛି । କଳାରେ ୧ ଲକ୍ଷ, ୫୨ ହଜାର ୩୨୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ୧୮ହଜାର ୮୨୬ ଜଣ ପାସ୍ କରିଛନ୍ତି । ବାଲେଶ୍ବରରେ ସର୍ବାଧିକ ପାସ୍ ହାର ୭୫.୭୬ ପ୍ରତିଶତ ଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ୪୭.୪୬ ପ୍ରତିଶତ ରହିଛି । କଳାରେ ୨ଟି କଲେଜର ପରୀକ୍ଷା ଫଳ ଶୂନ ହୋଇଥିବାବେଳେ ୪ଟି କଲେଜର ପରୀକ୍ଷା ଫଳ ଶୂନ ।

ଦୁଇଟି ଓ୍ବେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ । ଓ୍ବେବସାଇଟ୍ orissaresults.nic.in ଏବଂ chseorissa.nic.in ରେ ରେଜଲ୍ଟ ଉପଲବ୍ଧ ।

ଚଳିତବର୍ଷ ୨ ଲକ୍ଷ ୩୫ ହଜାର ୧୮୩ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିଭଳି ଧନ୍ଦାମୂଳକ ପରୀକ୍ଷା ଦେଇଥିଲେ ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ ।

ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇ ସାରିଛି । ବାତ୍ୟା ଫୋନି ଯୋଗୁଁ ଖାତା ଦେଖାରେ ବହୁ ବିଳମ୍ବ ହୋଇଥିଲା । ତେଣୁ ରେଜଲ୍ଟ ମଧ୍ୟ ବିଳମ୍ବ ହେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.