ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ

Published By : Prameya-News7 Bureau | July 02, 2019 IST

ଭୁବନେଶ୍ବର ୨|୭: ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ୍ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

କଳାରେ ବିଜେବିର କଟ୍ ଅଫ୍‌ ମାର୍କ ସର୍ବାଧିକ ୭୧.୧୭ ପ୍ରତିଶତ ରହିଛି। ଦ୍ବିତୀୟ ସ୍ଥାନରେ ରହିଛି ରେଭେନ୍ସା ବିଶ୍ବ ବିଦ୍ୟାଳୟ। ରେଭେନ୍ସାର କଟ୍‌ ଅଫ୍‌ ମାର୍କ ରହିଛି ୭୦.୧୭ପ୍ରତିଶତ। ତୃତୀୟରେ ରହିଛି କେନ୍ଦୁଝର ପତିତପାବନ କଲେଜ। ପତିତପାବନ କଲେଜର କଟ୍‌ ଅଫ୍‌ ମାର୍କ ରହିଛି ୬୮.୫ ପ୍ରତିଶତ। ସେହିଭଳି ବିଜ୍ଞାନରେ ରେଭେନ୍ସାର କଟ୍ ଅଫ୍ ମାର୍କ ୯୦ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ଗୋପାଳପୁର କଲେଜର ସର୍ବାଧିକ କଟ୍‌ ଅଫ୍‌ ମାର୍କ ୮୦.୦୬ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.