ଥାନା ଛାତ ଉପରେ ସବ୍ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା, ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ନେଲେ ଶେଷ ନିଷ୍ପତ୍ତି

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ, ୦୫/୦୬: ଆତ୍ମହତ୍ୟ କଲେ ପୋଲିସ ସବ ଇନ୍ସପେକ୍ଟର । ନିଜ ସର୍ଭିସ ରିଭଲବରରୁ ନିଜକୁ ନିଜେ ଗୁଳି କରି ପୋଲିସ ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଯେ, ଥାନାର ଛାତ ଉପରେ ପୋଲିସ ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । କିନ୍ତୁ ଅନ୍ୟ କୌଣସି କର୍ମଚାରୀ ଏହାର ସାମାନ୍ୟତମ ଟେର୍ ମଧ୍ୟ ପାଇନଥିଲେ ।

ଥାନା ପାଖରେ ଥିବା ଏକ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀ ଥାନା ଛାତ ଉପରେ ପୋଲିସ ଅଧିକାରୀଙ୍କ ମୃତଦେହ ଦେଖି ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ନୂଆଦିଲ୍ଲୀର ପାଣ୍ଡର ନଗର ଥାନାରୁ ଆସିଛି ଏପରି ଚିତ୍ର । ଏଠାରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳେ ଥାନାର ଛାତରୁ ଜଣେ ସବ୍ ଇନ୍ସପେକ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇନ୍ସପେକ୍ଟର ହେଲେ ରାହୁଲ ସିଂ । ସେ ୨୦୧୭ରୁ ଏହି ଥାନାରେ କାର୍ଯ୍ୟରତ୍ତ ଥିଲେ ।

ଏହି ଘଟଣାକୁ ନେଇ ଥାନା ଅଧିକାରୀ ତୁରନ୍ତ ଡିସିପିଙ୍କୁ ସୂଚନା ଦେଇଥିଲେ । ରାହୁଲ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ସେ କଣ ପାଇଁ ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ଏବେ ପୁରା ମାମଲାର ତଦନ୍ତ କରୁଛି ।

ଡିସିପିଙ୍କ କହିବାନୁସାରେ, ଘଟଣାର ତଦନ୍ତ ଜାରି ରହିଛି । ଏପରି ପଦକ୍ଷେପ ସେ କଣ ପାଇଁ ନେଲେ ସେନେଇ ଖୋଳତାଡ ଆରମ୍ଭ ହୋଇଛି । ତେବେ ରାହୁଲଙ୍କ ପରିବାରର ବହୁ ସଦସ୍ୟ ପୂର୍ବରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.