ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କୁ ପୂର୍ବଭଳି ଦର୍ଶନ ଅନୁମତି ଦେବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

Published By : Prameya-News7 Bureau | August 03, 2020 IST

କଟକ ୩।୮: ପୁରୀ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ପୁରୀର ତ୍ରିଲୋଚନ ରଥ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ।

ଦେଶର ଅନ୍ୟ ସ୍ଥାନମାନଙ୍କରେ ମନ୍ଦିରଗୁଡିକ ଖୋଲି ସାରିଥିଲେ ବି ଜଗନ୍ନାଥ ମନ୍ଦିର କାହିଁକି ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ସେ ନେଇ ଆବେଦନକାରୀ ନିଜ ଆବେଦନରେ ପ୍ରଶ୍ନ ଉଠାଇଛନ୍ତି । କୋଭିଡ୍ କଟକଣା ଅନୁସାରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି ।

କେବଳ ପୁରୀ ଶ୍ରୀମନ୍ଦିର ନୁହେଁ, ରାଜ୍ୟର ସବୁ ମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି ଆବେଦନକାରୀ । ଏହାସହ କାକଟପୁର ମଙ୍ଗଳା ମନ୍ଦିର ନଖୋଲିବା ଯାଏଁ ସେବାୟତମାନଙ୍କୁ ମାସିକ ୧୫ହଜାର ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ଆବେଦନକାରୀ ଆବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.