Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ହାଇକୋର୍ଟରେ ମମିତା ମେହେର ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା ଦାୟର

21/10/2021 at 12:53 PM

କଟକ ୨୧।୧୦: ହାଇକୋର୍ଟରେ ପହଞ୍ଚିଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ହୋଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ମାମଲାର ସିବିଆଇ ତଦନ୍ତ ଦାବି ସହ ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ।

ଯେହେତୁ ଏହି ଘଟଣାରେ ବହୁ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି, ତେଣୁ ରାଜ୍ୟ ପୋଲିସ ଏ ବାବଦରେ ନିରପେକ୍ଷ ତଦନ୍ତ କରିପାରିବା କଷ୍ଟକର ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହାସହ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ନେଇ ପୋଲିସ ବାରାକରେ ରଖିବା ଓ ସେଠାରୁ ସେ ରହସ୍ୟଜନକ ଭାବେ ଫେରାର ହେଇଯିବା ଘଟଣା ପୋଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବୋଲି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି । ଏହାସହ ଏ ନେଇ ପୋଲିସର ଭୂମିକା ବାବଦରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।

ସେପଟେ ଏହି ଘଟଣାକୁ ନେଇ ଗୁରୁବାର ମଧ୍ୟ କଟକ ସହରରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ମହିଳା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

   Related Posts