ରଥଯାତ୍ରା ଭଳି ହେବ କି ଦୁର୍ଗାପୂଜା ଆୟୋଜନ ? ହାଇକୋର୍ଟରେ ଜନସ୍ବାର୍ଥ ମାମଲା

Published By : Prameya-News7 Bureau | August 25, 2020 IST

କଟକ ୨୫।୮: ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଦାଏର ହେଲା ଜନସ୍ବାର୍ଥ ମାମଲା । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ରଥଯାତ୍ରା ପରି କଟକରେ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି । କୋଭିଡ୍ ଗାଇଡ୍ ଲାଇନ୍ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ଆବେଦନ ଦର୍ଶାଯାଇଛି ।

ପୂର୍ବରୁ ଟ୍ବିନ୍ ସିଟିରେ ଗଣେଶ ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିଲା । ସେହି ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଥିଲେ ହାଇକୋର୍ଟ ।

ଏହାପରେ କଟକ ଜିଲ୍ଲା ପ୍ରଶାସନ କରୋନା କଟକଣା ଯୋଗୁଁ ଗଣେଶ ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା । ପରମ୍ପରାଠାରୁ ମଣିଷ ଜୀବନ ମୂଲ୍ୟବାନ । ଗଣେଶ ପୂଜା ସହରରେ ହେଲେ ସାମାଜିକ ଦୂରତ୍ବ ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଅନୁଯାୟୀ ନିରାଡମ୍ବର ଭାବରେ ଗଣେଶ ପୂଜା ପାଳନ କରାଯାଇଥିଲା । ଛକ, ବଜାରରେ ଗଣେଶ ପୂଜା କରାଯାଇଥିଲା । ଘରେ ରହି ସମସ୍ତେ ପୂଜା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.