ଧରାପଡିଲା ଆଉ ଜଣେ ପିଏଲଏଫଆଇ ସଦସ୍ୟ, ବନ୍ଧୁକ ଓ ଗୁଳି ଜବତ
21/09/2020 at 3:49 PM

ରାଉରକୋଲା ୨୧।୯: ଦୁଇଦିନ ତଳେ ସୁନ୍ଦରଗଡ଼ ପୋଲିସ କବଜାକୁ ଆସିଥିବା ମୋଷ୍ଟ ଓ୍ବାଣ୍ଟେଡ ପିଏଲଏଫଆଇ ରାଜୁ ସିଂ ର ସହଯୋଗୀକୁ ଧରିଛି ବୀରମିତ୍ରପୁର ପୋଲିସ ।ରବିବାର ରାତିରେ କୁଆଁରମୁଣ୍ଡା ଅଞ୍ଚଳରୁ ଏମ ଡି ସାମିନକୁ ଉଠାଇ ନେବା ସହ ତାଠାରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ ହୋଇଛି ।

ଅଭିଯୁକ୍ତ ଏମଡି ସାମିନ ନାଁରେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଥାନାରେ ସଙ୍ଗୀନ ମାମଲା ରହିଥିଲା । ସାମିନ ଗିରଫ ହେବାପରେ ବୀରମିତ୍ରପୁର ଅଞ୍ଚଳର ଆଉ ୫ ପିଏଲଏଫଆଇ ଏବେ ପୋଲିସ ଟାର୍ଗେଟରେ ରହିଛନ୍ତି ।