Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା: ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

27/01/2021 at 5:11 PM

ନୂଆଦିଲ୍ଲୀ ୨୭/୦୧: କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ମାମଲା​‌ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଦ୍ବାରା କରାଯାଇଥିବା ଟ୍ରାକ୍ଟର ରାଲିରେ ହୋଇଥିବା ବ୍ୟାପକ ହିଂସାକୁ ସାରା ଦେଶ ନିନ୍ଦା କରୁଥିବା ବେଳେ ଏନେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଓକିଲ ବିଶାଲ ତିଓ୍ବାରୀ ଲାଲ କିଲ୍ଲା ପ୍ରାଚୀରରେ ପ୍ରଦର୍ଶନକାରୀଙ୍କ ଦ୍ବାରା ପତାକା ଉଡ଼ାଇବାକୁ ନେଇ ସୁପ୍ରିକକୋର୍ଟରେ ଜନସ୍ବାର୍ଥ ଯାଚିକା ଦାଏର କରିଛନ୍ତି। ଏହା ସହ ଓକିଲ ବିନିତ ଜିନ୍ଦଲ ମଧ୍ୟ ଆବେଦନ କରିଥିବା ଜଣାପଡ଼ିଛି।

ନିଜ ଆବେଦନର ସମସ୍ତ ଘଟଣାର ନ୍ୟାୟିକ ଯାଞ୍ଚ ହେଉ ବୋଲି ଦାବି କରିଛନ୍ତି ଓକିଲ ବିଶାଳ ତିଓ୍ବାରୀ। ଲାଲକିଲ୍ଲା ପ୍ରାଚୀରରେ ଅନ୍ୟ ପତାକା ଲଗାଇବା ଜାତୀୟ ପତାକା ପ୍ରତି ଅପମାନ ବୋଲି ଆବେଦନରେ ଦର୍ଶାଇଛନ୍ତି ବିଶାଲ। ପ୍ରଦର୍ଶାନକାରୀଙ୍କ ବିରୋଧରେ ଏତଲା ହେଉ। ହିଂସା ଭିଆଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି ମଧ୍ୟ କରିଛନ୍ତି। ଏହା ସହ ଏହି ମାମଲାର ଯାଞ୍ଚ ପାଇଁ ଏକ ୩ ଜଣିଆ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରାଯାଉ। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରନ୍ତୁ। ଏଥିରେ ଦୁଇ ଜଣ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କୁ ସାମିଲ କରାଯାଉ ବୋଲି ବିଶାଲ ତିଓ୍ବାରୀ ଦାବି କରିଛନ୍ତି।

ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ପାଇଁ ଅନେକ ଆହତ ହୋଇଥିବା ବେଳେ ସରକାରୀ ସମ୍ପତି ନଷ୍ଟ ହୋଇଛି। ଏହା ଦ୍ବାରା ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ସରକାରଙ୍କ ନିର୍ଦେଶ କ୍ରମେ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ କରାଯାଇଥିଲା। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ ସେବା ନିହାତି ଆବଶ୍ୟକ, ବିଶେଷ କରି କୋର୍ଟ କାର୍ଯ୍ୟରେ ବ୍ୟାଘାତ ଘଟିଛି ବୋଲି ବିଶାଲ ତିଓ୍ବାରୀ ନିଜ ଆବେଦନରେ ଦର୍ଶାଇଛନ୍ତି।

ଅନ୍ୟପଟେ ଏମଏଲ ଶର୍ମା ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସରକାରଙ୍କ ସହିତ ଏନଆଇଏ, ସମ୍ବିତ ପାତ୍ର ଓ ଏକ ନ୍ୟୁଜ ଚ୍ୟାନେଲ୍‌କୁ ପକ୍ଷ କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ବଦନାମ ହେବାରୁ କୋର୍ଟ ରୋକନ୍ତୁ। କୌଣସି ଚାଷୀଙ୍କ ପାଖରେ ଅସ୍ତ୍ର ନଥିବା ବେଳେ ହିଂସା କେମିତି ହେଲା ବୋଲି ମଧ୍ୟ ନିଜ ଆବେଦନ ମାଧ୍ୟ ପଚାରିଛନ୍ତି ଏମଏଲ ଶର୍ମା। ନିଜ ଆବେଦନରେ ପୋଲିସ ଓ ପ୍ରଶାସନକୁ ଦାୟୀ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଲାଲକିଲ୍ଲାକୁ ଉପଦ୍ରବୀଙ୍କ କବଳରୁ ମୁକ୍ତ କରାଯାଇଛି। ହିଂସା ସୃଷ୍ଟି କରିଥିବା ଲୋକଙ୍କୁ ଏବେ ପୋଲିସ ଖୋଜୁଛି। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ଏବେ ଯାଏ ୨୨ ମାମଲା ରୁଜୁ କରିଛି।  

   Related Posts