ରାଜ୍ୟରେ ପ୍ଲାଜମା ଥେରାପି ସଫଳ: ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି କୋଭିଡ଼ ସଂକ୍ରମିତ, ଖୁବଶୀଘ୍ର ମେଡ଼ିକାଲରୁ ଫେରିବେ
19/07/2020 at 3:07 PM

ଭୁବନେଶ୍ୱର ୧୯।୦୭: ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହୋଇଛି । ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିବା ବେଳେ ଏମାନଙ୍କ ଭିତରୁ ୪ଜଣ ଦ୍ରୁତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ଖୁବ ଶୀଘ୍ର ହସପିଟାଲରୁ ଡିସଚାର୍ଜ କରାଯିବ । ସେମାନଙ୍କୁ ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ । ଏହି ୪ ଆରୋଗ୍ୟଙ୍କ ଭିତରୁ ୩ଜଣ ସମ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୨ଜଣ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଦେଶରେ କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆପଣାଇଥିବା ଅଳ୍ପ କିଛି ରାଜ୍ୟ ଭିତରେ ଓଡିଶା ଅନ୍ୟତମ । ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ଉଦଘାଟନ କରିଥିଲେ । ଏହାର ନୋଡାଲ ସେଣ୍ଟର ଭାବେ ଏସସିବି ମେଡିକାଲ କାମ କରୁଛି । ଅଧିକରୁ ଅଧିକ କରୋନା ସୁସ୍ଥ ଲୋକ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ପ୍ଲାଜମା ବ୍ୟାଙ୍କ ପୂର୍ବରୁ ଦିଲ୍ଲୀରେ ଥିବା ଏବେ ଓଡିଶାରେ କାର୍ଯ୍ୟକ୍ଷମ କରାଯାଇଛି ।