ବ୍ୟାନ୍ ପରେ ବି ଖେଳି ହେଉଛି PUBG: ମୋବାଇଲ୍‌ରେ ନାହିଁ କିନ୍ତୁ ପିସି ଏବଂ ଅନ୍ୟ ଭିଡିଓ ଗେମ୍‌ ଉପକରଣରେ ଲାଗିନି ଅଙ୍କୁଶ

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ: ଚୀନ ଉପରେ ଭାରତର ଲଗାତର ଡିଜିଟାଲ ଷ୍ଟ୍ରାଇକ୍ ଜାରି ରହିଛି । ପୁଣି ଲୋକପ୍ରିୟ ଆପ୍ ପବଜି ସମେତ ୧୧୮ ଚାଇନିଜ୍ ଆପ୍ ବ୍ୟାନ କରିଛନ୍ତି ଭାରତ ସରକାର । ଏହି ଲିଷ୍ଟରେ ଉଭୟ ପବଜି ମୋବାଇଲ୍ ଓ ପବଜି ମୋବାଇଲ ଲାଇଟ୍ ସାମିଲ ରହିଛି । ଏହି ଆପ୍ ବ୍ୟାନ ହୋଇଥିବା ବେଳେ ଖୁବଶୀଘ୍ର ଦେଶର ସମସ୍ତ ୟୁଜରଙ୍କ ମୋବାଇଲରେ ଏହା ବ୍ଲକ୍ ହୋଇଯିବ ।

ଏହି ଆପ ବ୍ୟାନ ହେବାର କାରଣ ଚାଇନିଜ୍ କମ୍ପାନୀ ଟେନ୍ସେଣ୍ଟ ଗେମ୍ସ, ଯାହାକି ଟେନ୍ସେଣ୍ଟ ହୋଲଡିଂସ୍ର ଅଂଶ । ଟେନ୍ସେଣ୍ଟ ହୋଲଡିଂସ୍ ଚୀନର ଏକ ବୃହତ୍ତ ବହୁ ରାଷ୍ଟ୍ରୀୟ କମ୍ପାନୀ । ଗୁଗଲ ଓ ଆପଲ୍ ପ୍ଲେ ଷ୍ଟୋରରେ ପବଜି ଆକ୍ଟିଭ୍ ଥିବା ବେଳେ ଖୁବଶୀଘ୍ର ବ୍ଲକ୍ ହୋଇପାରେ ।

ପବଜି ଓ ପବଜି ମୋବାଇଲ୍କୁ ନେଇ ଦ୍ବନ୍ଦ୍ବ ଲାଗିରହିଛି । ପବ୍ଜିର ମୋବାଇଲ ଭର୍ଜନ ବ୍ୟାନ ହୋଇଛି । କିନ୍ତୁ ପ୍ରକୃତ ଆପ୍ଟି ଗେମିଂ କନସୋଲ( ଭିଡିଓ ଗେମ ଉପକରଣ) ଓ ପିସିରେ ଉପଲବ୍ଧ ହୋଇପାରୁଛି । ପ୍ରକୃତରେ ପବ୍ଜି ବା PlayerUnknown’s Battlegrounds ଆଇରିସ୍ ଭିଡିଓ ଗେମ୍ ଡିଜାଇନର ବ୍ରେଣ୍ଡନ୍ ଗ୍ରୀନ ଦ୍ବାରା ବିକଶିତ ହୋଇଛି । ଦକ୍ଷିଣ କୋରିଆର ଗେମିଂ ଷ୍ଟଡିଓ ବ୍ଲୁହୋଲ ଏହାକୁ ଅଧିକୃତ କରିବା ପରେ ଏହି ଗେମକୁ ପିସି ଓ ଗେମିଂ କନସୋଲ ପାଇଁ ବିକଶିତ କରାଯାଇଥିଲା

ଅନ୍ୟପଟେ ପବଜିର ମୋବାଇଲ ଭର୍ଜନ ପ୍ରସ୍ତୁତ କରିବାକୁ ଟେନ୍ସେଣ୍ଟକୁ ସ୍ବିକୃତୀ ମିଳିଥିଲା । ପରେ ୨୦୧୭ରେ ବ୍ଲୁହୋଲରେ ମୋଟା ଅଙ୍କର ପୁଞ୍ଜିନିବେଶ କରିଥିଲା ଟେନସେଣ୍ଟ । ଏବେ ଟେନସେଣ୍ଟ ବ୍ଲୁହୋଲର ସବୁଠୁ ବଡ଼ ଷ୍ଟେକ୍ ହୋଲଡର । ଠିକ୍ ଏହିଭଳି ଭାବେ ଚୀନର କମ୍ପାନୀ ସମୂହ ସହ ଯୋଡ଼ୁଛି ଟେନସେଣ୍ଟ। ତେବେ ପବ୍ଜିର ମୋବାଇଲ ଭର୍ଜନ ବ୍ୟାନ ହୋଇଥିବା ବେଳେ ଗେମିଂ କନସୋଲ୍ ଓ ପିସିରେ ଏହା ଉପଲବ୍ଧ ହୋଇପାରୁଛି। ଏହାକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୋବାଇଲ୍ ଗେମିଂ ଆପ୍ର ଚାଇନିଜ୍ ଅଂଶକୁ ଯଦି ବ୍ୟାନ କରାଗଲା ତେବେ ଚାଇନିଜ୍ ଷ୍ଟୁଡିଓରେ ପ୍ରସ୍ତୁତ ଏହାର ଅନ୍ୟ ଭର୍ଜନଗୁଡ଼ିକୁ କାହିଁକି ବ୍ୟାନ କରାଯିବନି ବୋଲି ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.