ଚାରୋଟି ପର୍ଯ୍ୟାୟରେ ଷ୍ଟାଡିୟମକୁ ଫେରିବେ କ୍ରିକେଟର, ବିସିସିଆଇ ପ୍ରସ୍ତୁତ କରିଛି ପ୍ଲାନ୍

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ, ୧୪|୦୫:   କ୍ରିକେଟରମାନେ ପ୍ରାୟ ୨ ମାସ ଧରି ଘରେ ବନ୍ଦୀହୋଇ ରହିଛନ୍ତି । କରୋନା ଭାଇରସ ଓ ଲକଡାଉନ୍ ପାଇଁ ସମସ୍ତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି । ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ୍ ରବ୍ଦ ହେବା ପରେ ଭାରତୀୟ ଦଳ ପଡିଆରୁ ବାହାରେ ରହିଛି । ଏଙି ସମୟରେ ବିରାଟ ସେନା ଘରେ ହିଁ ଫିଟନେସକୁ ଧ୍ୟାନ ଦେଉଛନ୍ତି । ତେବେ ପଡିଆକୁ ଫେରିବା ପାଇଁ ଭାରତୀୟ ଦଳକୁ ଚାରୋଟି ପର୍ଯ୍ୟାୟ ଦେଇ ଗତି କରିବାକୁ ହେବ । ବିସିସିଆଇ ସାଧାରଣ ସମ୍ପାଦକ ଏହି ପର୍ଯ୍ୟାୟ ବାବଦରେ ସୂଚନା ଦେଇଛନ୍ତି ।  ଆସନ୍ତୁ ନଜର ପକାଇବ କଣ ଏହି ଚାରୋଟି ପର୍ଯ୍ୟାୟ ଉପରେ

ପ୍ରଥମ ପର୍ଯ୍ୟାୟ

ଲକଡାଉନରେ ଖେଳାଳିଙ୍କୁ କିଛି ପ୍ରଶ୍ନ ପଚରାଯାଇଛି । ଏଥିରେ କଣ ସୁବିଧା ଉପଲବ୍ଧ ଅଛି ସେନେଇ ତଥ୍ୟ ସଂଗ୍ରହ କରାଯିବ । ଏହି ସମୟରେ ମହମ୍ମଦ ସାମି ନିଜ ଫାର୍ମ ହାଉସରେ ଥିବା ବେଳେ ଭୁବନେଶ୍ୱର କୁମାର ଆଫାର୍ଟମେଣ୍ଟରେ ରହିଛନ୍ତି । ସେ ନିଜର ଛୋଟ ଜିମରେ ଟ୍ରେନିଂ ନେଉଛନ୍ତି । ଖେଳାଳିଙ୍କୁ ଟିମ୍ ଫିଜିଓ ନୀତିନ ପଟେଲ ଓ ଟ୍ରେନର ନିକ ଓ୍ୱେବଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଏଙା ଉପରେ ନଜର ରଖିଛନ୍ତି । ଫିଜିଓମାନେ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବେ ।

ଦ୍ୱିତୀୟ ପର୍ଯ୍ୟାୟ

ଆଂଶିକ ଲକଡାଉନ୍ ହେଲେ ସମସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବ । ଖେଳାଳିଙ୍କୁ ସ୍ଥାନୀୟ ଷ୍ଟାଡିୟମରେ ପ୍ରାକ୍ଟିସ୍ କରିବାକୁ କୁହାଯିବ । ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ ।

ତୃତୀୟ ପର୍ଯ୍ୟାୟ

ବିସିସଆଇର କହିବାନୁସାରେ, କ୍ରିକେଟରଙ୍କୁ ସ୍ୱତନ୍ତ୍ର ଶିବିରକୁ ଆଣିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯିବ । ଏହାକୁ କିଛି ସପ୍ତାହ ମଧ୍ୟରେ ଚୁଡାନ୍ତ ରୂପ ପ୍ରଦାନ କରାଯିବ । ସାଧାରଣ ଜୀବନ ଯାପନ ଆରମ୍ଭ ହେବା ପରେ ଖେଳାଳିଙ୍କୁ ଗୋଟିଏ ସ୍ଥାନରୁ ଅ୍ୟ ସ୍ଥାନକୁ ନେବା ଆଣିବା କରାଯାଇ ପାରିବ ।

ଚତୁର୍ଥ ପର୍ଯ୍ୟାୟ

ଖେଳାଳିମାନେ ଷ୍ଟାଡିୟମକୁ ଆସିବା ପୂର୍ବରୁ ସେମାନଙ୍କ ମାନସିକ ଓ ଶାରୀରିକ ସ୍ଥିତି ଉପରେ ନଜର ରଖାଯିବ ବୋଲି ବିସିସିଆଇ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.