ବିଶ୍ୱକପ ଖେଳି ନାହାଁନ୍ତି ଏହି ମହାନ କ୍ରିକେଟର, କ୍ୟାରିଅର ସରିଥିଲେ ମଧ୍ୟ ଅଧୂରା ରହିଯାଇଛି ସ୍ୱପ୍ନ

Published By : Prameya-News7 Bureau | March 26, 2020 IST

ମୁମ୍ବାଇ, ୨୬|୦୩:  କ୍ରିକେଟରେ ବିଶ୍ୱକପକୁ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ କୁହାଯାଏ । ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ଦଳର ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରାଯାଏ । ଅନେକ ଖେଳାଳିଙ୍କ ପାଇଁ ବିଶ୍ୱକପ ଖେଳିବା ଏକ ସ୍ୱପ୍ନ । ଏପରି ଅନେକ କ୍ରିକେଟର ରହିଛନ୍ତି ଯେଉଁମାନେ ଭଲ ପ୍ରଦର୍ଶନ କରିବା ସହ ଦଳକୁ ଅନେକ ସମୟରେ ବିଜୟୀ କରାଇଛନ୍ତି । କିନ୍ତୁ ସେମାନଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିନାହିଁ । ଆସନ୍ତୁ ନଜର ପକାଇବା ଏପରି କିଛି କ୍ରିକେଟରଙ୍କ ଉପରେ ।

ଆଲିଷ୍ଟର କୁକ୍

ଆଲିଷ୍ଟର କୁକ୍ ହେଉଛନ୍ତି ଟେଷ୍ଟ୍ କ୍ରିକେଟରେ ଇଂଲଣ୍ଡ ଦଳର ସବୁଠାରୁ ଅଧିକ ସ୍କୋର କରିଥିବା ବ୍ୟାଟସମ୍ୟାନ । ତେବେ ସେ କୌଣସି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଖେଳି ନାହାଁନ୍ତି । ୨୦୧୫ରେ ସେ ଅଧିନାୟକ ରହିଥିଲେ ସୁଦ୍ଧା ବିଶ୍ୱକପର କିଛି ମାସ ପୂର୍ବରୁ ଇଆନ ମୋର୍ଗାନଙ୍କୁ ଦଳର ନେତୃତ୍ୱ ଦିଆଯାଇଥିଲା ।

{"id":244490,"width":750,"height":422,"sizeSlug":"large"}

ଭିଭିଏସ ଲକ୍ଷ୍ମଣ

ଭିଭିଏସ ଲକ୍ଷ୍ମଣ ନିଜ ଷ୍ଟାଇଲିସ୍ ବ୍ୟାଟିଂ ପାଇଁ ପରିଚିତ । ୨୦୦୩ ପୂର୍ବରୁ ସେ ନିଜର ସର୍ବଶ୍ରେଷ୍ଠ ଫର୍ମରେ ଥିଲେ । କିନ୍ତୁ ୨୦୦୩ ବିଶ୍ୱକପ ପାଇଁ ତାଙ୍କ ସ୍ଥାନରେ ଚୟନକର୍ତ୍ତା ଦିନେଶ ମୋଙ୍ଗିଆଙ୍କୁ ବିଶ୍ୱକପ୍ ଟିମରେ ସାମିଲ କରିିଥିଲେ । ମୋଙ୍ଗିଆଙ୍କୁ ବୋଲର୍ ଭାବେ ଦଳରେ ସ୍ଥାନ ମିଳିଥିଲା । ଲକ୍ଷ୍ମଣ ୧୩୪ଟି ଟେଷ୍ଟ ମ୍ୟାଚ ଖେଳି ୮୭୮୧ ରନ କରିଥିବା ବେଳେ ୧୭ଟି ଶତକ ଲଗାଇଛନ୍ତି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୮୧ ରନ।

{"id":244491,"width":750,"height":422,"sizeSlug":"large"}

ଜଷ୍ଟିନ୍ ଲାଙ୍ଗର

ଅଷ୍ଟ୍ରେଲିଆର ବର୍ତ୍ତମାନର କୋଚ ଜଷ୍ଟିନ ଲାଙ୍ଗର ୧୪ ବର୍ଷର କ୍ୟାରିଅରରେ ୧୦୫ଟି ଟେଷ୍ଟ ମ୍ୟାଚ ଖେଳି ୭ ହଜାରରୁ ଅଧିକ ରନ କରିଛନ୍ତି । ତେବେ ସେ ମାତ୍ର ୮ଟି ଦିନିକିଆର ୧୬୦ ରନ କରୁଛନ୍ତି । ସେ କେବେହେଲେ ବିଶ୍ୱକପ୍ ଖେଳି ନାହାଁନ୍ତି । 

{"id":244492,"width":745,"height":496,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.