‘ପିଏମ ମୋମେଣ୍ଟୋସ୍’ରେ ନିଲାମ ହେଉଛି ଭାରତୀୟ ଖେଳାଳିଙ୍କ ୨୦୨୦ ଅଲିମ୍ପିକ୍ ହକିଷ୍ଟିକ୍, ସବୁଥିରେ ରହିଛି ଅଟୋ ଗ୍ରାଫ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫।୯:  ଅଫିସିଆଲ ୱେବସାଇଟ୍‌ ‘ପିଏମ ମୋମେଣ୍ଟୋସ୍‌’ରେ ଭାରତୀୟ ଖେଳାଳିଙ୍କ ୨୦୨୦ ଅଲିମ୍ପିକ ହକିଷ୍ଟିକ୍ ଗୁଡିକୁ ଇ-ନିଲାମ ଲାଗି ଅପଲୋଡ କରିଦିଆଯାଇଛି।  ନିଲାମ ଲାଗି ରଖା ଯାଇଥିବା ଏହି ହକି ଷ୍ଟିକ୍‌ ଗୁଡିକରେ ଖେଳାଳିମାନଙ୍କ ସ୍ୱାକ୍ଷର ମଧ୍ୟ ରହିଛି । ଧଳାରଙ୍ଗର ହକିଷ୍ଟିକ୍‌ରେ ଗ୍ରିପିଙ୍ଗ ଲାଗି ଉପରଭାଗରେ ରବର ପ୍ୟାଡିଂ କରାଯାଇଛି। ଆଗ୍ରହୀ ବ୍ୟକ୍ତି ଓ ସଙ୍ଗଠନ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପିଏମମୋମେଣ୍ଟସ୍ ଡଟ୍ ଗଭ ଡଟ୍ ଇନ୍‌ ରେ ବୋଲି ଲଗାଇପାରିବେ।

{"id":517589,"width":838,"height":471,"sizeSlug":"full","linkDestination":"none"}

୧୯୮୦ ଅଲିମ୍ପିକ୍‌ରେ ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲା। ଟୋକିଓ ଅଲିମ୍ପିକରେ ଭାରତର ଜର୍ମାନ ବିରୋଧରେ ୫-୪ରେ ଜିତି ନିଜ ଲାଗି କାଂସ୍ୟ ପଦକ ନିଶ୍ଚିତ କରିଥିଲା। ଫଳରେ ୪୧ ବର୍ଷ ପରେ ଭାରତ ପୁଣି ଥରେ ହକିରେ ଅଲିମ୍ପିକରୁ ପଦକ ଧରି ଫେରିଛି। ଭାରତର ରୂପିନ୍ଦର ପାଲ ସିଂହ ଓ ସିମରନଜିତ ସିଂହ ମିଳିତ ଗୋଲ କରି ଭାରତକୁ ୫-୩ରେ ଅଗ୍ରଣୀ କରିଥିଲେ। ଯଦି କେହି ଖେଳାଳିଙ୍କ ହକି ଷ୍ଟିକ୍‌ ନିଲାମରେ ନେବାକୁ ଚାହାଁନ୍ତି ତେବେ ନିମ୍ନ ପ୍ରଦତ୍ତ ଉପାୟ ଅବଲମ୍ବନ କରନ୍ତୁ।

{"id":517593,"sizeSlug":"full","linkDestination":"none"}

ଏଥିଲାଗି ୱେବସାଇଟ୍ କୁ ଯାଇ ନିଜର ୟୁଜର ଆଇଡି କରନ୍ତୁ। ପରେ ଉତ୍ପାଦ ଆଇଡ ସହ ନିଜ ପ୍ରିୟ ଖେଳାଳିଙ୍କ ହକି ଷ୍ଟିକ୍‌ ସର୍ଚ୍ଚ କରନ୍ତୁ। ଯଦି ମିଳିଯାଏ ତେବେ କିଣିବା ପାଇଁ ଏଡ ଟୁ କାର୍ଟ ଅପସନରେ କ୍ଲିକ୍‌ କରନ୍ତୁ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟରରେ ଉପହାର ଓ ସ୍ମୃତି ଚିହ୍ନ ସବୁ ନିଲାମ କରାଯିବ ବୋଲି ଦେଶବାସୀଙ୍କୁ ସୂଚନା ଦେଇଥିଲେ। ଏହି ସବୁ ନିଲାମରୁ ହେବାକୁ ଥିବା ଆୟ ନମାନୀ ଗଙ୍ଗେ ପ୍ରକଳ୍ପ ନିମନ୍ତେ ବ୍ୟୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.