Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

IPL ୨୦୨୧ : ଫେବୃୟାରୀ ମାସରେ ଏହି ଦିନ ହୋଇପାରେ ଖେଳାଳିଙ୍କ ନିଲାମ, ଭାରତ‌ରେ ଆୟୋଜନ ହେବ ଆଗାମୀ ଆଇପିଏଲ !

22/01/2021 at 7:05 PM

ନୂଆଦିଲ୍ଲୀ ୨୨/୦୧ : ଇଣ୍ଡିଆନ ପ୍ରମିୟର ଲିଗ୍‌ର ୨୦୨୧ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃୟାରୀ ୧୮ରେ ନିଲାମ ପ୍ରକ୍ରିୟା ହୋଇପାରେ । ଏ ନେଇ ଶୁକ୍ରବାର ବିସିସିଆଇ ଜଣେ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଖେଳାଳୀମାନଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୮ ତାରିଖରେ ହୋଇପାରେ । ଏଥିପାଇଁ କେବଳ ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି’।

ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆଗାମୀ ଆଇପିଏଲ ଭାରତରେ ହେବ କି ନାହିଁ କାହା ସ୍ପଷ୍ଟ ହୋଇନାହିଁ । ଏ ବାବଦରେ କିଛି ନିଷ୍ପତ୍ତି ମଧ୍ୟ ନେଇନାହିଁ ବିସିସିଆଇ । ମହାମାରୀ କରୋନାର ସ୍ଥିତିକୁ ଆଖିଆଗରେ ରଖି ଆଗାମୀ ନିଷ୍ପତ୍ତି ନିଆଯାଇପାରେ । ଦେଶରେ ବର୍ତ୍ତମାନ କରୋନା ଆୟତ୍ତରେ ଥିବାରୁ ଆଗାମୀ ଆଇପିଏଲ ଭାରତରେ ହିଁ ଆୟୋଜନ ହେବା ନେଇ ଆଶା କରାଯାଉଛି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦୃଢତାର ସହ ପୂର୍ବରୁ କହିଛନ୍ତି, ଆଗାମୀ ଆଇପିଏଲର ଆୟୋଜନ ଭାରତରେ କରାଯିବାକୁ ଯଥା ସମ୍ଭବ ପ୍ରୟାସ କରାଯିବ । କରୋନା ଭାଇରସ ମହାମାରୀ କାରଣରୁ ୨୦୨୦ ଆଇପିଏଲର ଆୟୋଜନ ୟୁଏଇରେ କରାଯାଇଥିଲା ।

ତେବେ ଫେବୃୟାରୀ ମାସରୁ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜ ସୂଚାରୁ ରୂପେ ହୋଇପାରିଲେ ଆଇପିଏଲ ଆୟୋଜନ ପାଇଁ ଅସୁବିଧା ପ୍ରାୟତଃ ହେବ ନାହିଁ । ଖେଳାଳୀମାନଙ୍କୁ ରିଟେନ୍‌ କରିବାର ଶେଷ ତାରିଖ ଜାନୁୟାରୀ ୨୦ ଥିଲା ଏବଂ ଆସନ୍ତା ୪ ଫେବୃୟାରୀ ପର୍ଯ୍ୟନ୍ତ ଟ୍ରେଣ୍ଡିଂ ଓ୍ବିଣ୍ଡୋ ଜାରି ରହିବ ।

ଆସନ୍ତା ଆଇପିଏଲ ସିଜିନ୍‌ ପାଇଁ ଟିମଗୁଡିକ ମଧ୍ୟ ଅନେକ ଖେଳାଳୀଙ୍କୁ ରିଲିଜ୍ କରିଛନ୍ତି । ହରଭଜନ ସିଂହଙ୍କୁ ଚେନ୍ନାଇ ସୁପରକିଙ୍ଗସ୍‌ ରିଲିଜ୍ କରିଦେଇଛି । ସେହିପରି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଷ୍ଟେଭ୍ ସ୍ମିଥ୍‌ଙ୍କୁ ରିଲିଜ୍‌ କରିଛି ରାଜସ୍ଥାନ ରୟାଲ୍ସ । ଏହାବାଦ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଭଳି ଷ୍ଟାର ଖେଳାଳୀଙ୍କୁ ମଧ୍ୟ ରିଲିଜ୍‌ କରାଯାଇଛି ।

   Related Posts