ପୂର୍ବତନ କ୍ରିକେଟର ଏମ୍ ସୁରେଶ କୁମାରଙ୍କ ରହସ୍ୟଜନକ ମୃତ୍ୟୁ : ବେଡରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 10, 2020 IST

କୋଚି ୧୦/୧୦: ଭାରତୀୟ Under-19 ଟିମ୍ ଏବଂ ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ଏମ୍ ସୁରେଶ କୁମାରଙ୍କ ମୃତ୍ୟୁ ହୋଇଯାଇଛି। କୁହାଯାଉଛି ଯେ ଆତ୍ମହତ୍ୟା କରିଛନ୍ତି। ପୋଲିସର କହିବା ଅନୁସାରେ ତାଙ୍କ ମୃତଦେହ ଶୁକ୍ରବାର ସନ୍ଧ୍ୟା ୭ଟାରେ ତାଙ୍କ ବେଡରୁମରୁ ଉଦ୍ଧାର ହୋଇଥିଲା। ତାଙ୍କ ପୁଅ ମୃତ୍ୟୁର ସୂଚନା ଦେଇଥିଲେ। ୨୦୦୫ମସିହାରେ ସେ ଫର୍ଷ୍ଟ-କ୍ଲାସ୍ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ସେ ଭାରତର Under-19 ଟିମ୍‌ରେ ଥିଲେ।

{"id":341587,"sizeSlug":"large"}

ଅଲ୍ଲାପୁଝାରେ ରହୁଥିବା ସୁରେଶ କୁମାର ରେଲଓ୍ବେରେ କାର୍ଯ୍ୟରତ ଥିଲେ। ପୋଲିସର କହିବାନୁସାରେ ତାଙ୍କ ପୁଅ ସନ୍ଧ୍ୟା ୭ଟାରେ ମୃତ୍ୟୁର ସୂଚନା ଦେଇଥିଲେ।

{"id":341588,"sizeSlug":"large"}

୭୨ଟି ଫର୍ଷ୍ଟ-କ୍ଲାସ୍ କ୍ରିକେଟ୍ ଖେଳି ସାରିଥିବା ବାମ ହାତି ସ୍ପିନର ସୁରେଶ କୁମାର ୧୯୬ଓ୍ବିକେଟ୍ ନେଇଥିବାବେଳେ ୧୬୫୭ରନ୍ କରିଥିଲେ। କେରଳ ପାଇଁ ସେ ୫୨ଟି ମ୍ୟାଚ୍ ଖେଳିଥିବାବେଳେ ରେଲଓ୍ବେ ପାଇଁ ମଧ୍ୟ ସେ ୧୭ଟି ମ୍ୟାଚ୍ ଖେଳିଥିଲେ। ଏହା ବ୍ୟତୀତ ଦିଲୀପ ଟ୍ରଫିରେ ମଧ୍ୟ ସେ ସେଣ୍ଟ୍ରାଲ୍ ଏବଂ ସାଉଥ ଜୋନ୍ ପାଇଁ ଖେଳି ସାରିଥିଲେ। ୧୯୯୦ମସିହାରେ ତାଙ୍କୁ Under-19 ଟିମ୍‌ରେ ସ୍ଥାନ ମିଳିଥିଲା।

ସୁରେଶ କୁମାର ୧୯୯୦-୯୧ରେ Under-19 ଟିମ୍‌ରେ ଥିଲେ। ସେହି ସମୟରେ ରାହୁଲ୍ ଦ୍ରାବିଡ଼ ଟିମ୍‌ର ଅଧିନାୟକ ଥିଲେ। ସୁରେଶ Under-19 ଟିମ୍‌ର ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ସୁରେଶ କୁମାରଙ୍କ ମୃତ୍ୟୁରେ କେରଳରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.