ବିଶ୍ବକପ୍ ହକି : ଅଭ୍ୟାସ ଏବଂ ୱାର୍ମଅପ୍ରେ ବ୍ୟସ୍ତ ସବୁଦଳ
Published By : Prameya-News7 Bureau | November 26, 2018 IST
ଭୁବନେଶ୍ବର ୨୬|୧୧: ପହଞ୍ଚି ସାରିଛନ୍ତି ବିଶ୍ବକପର ୧୬ଟି ଦଳ । ୨୮ତାରିଖରୁ ଆରମ୍ଭ ହେବ ପୁଲ୍ ପର୍ଯ୍ୟାୟ । ସବୁଦଳ ଏବେ ଅଭ୍ୟାସ ଏବଂ ୱାର୍ମଅପ୍ ରେ ବ୍ୟସ୍ତ । ନୂଆ ପରିବେଶ ଓ ଏକ ଭିନ୍ନ ମାହୋଲରେ ବିଶ୍ବ ଟାଇଟଲ ଜିତିବା ପାଇଁ ଚାଲିଛି ରଣନୀତି ପ୍ରସ୍ତୁତି । ଦଳଗୁଡିକ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ ଭିତର ମାହୋଲ ସରଗରମ ହୋଇ ଉଠିଛି । ରାତି ୧୦ଟା ଯାଏଁ ଚାଲୁଛି ଅଭ୍ୟାସ ଏବଂ ଖେଳା ଯାଉଛି ୱାର୍ମ ଅପ୍ ମ୍ୟାଚ୍ । ଭୁବନେଶ୍ବର ପହଞ୍ଚିବା ପରେ ଏଠିକାର ପରିବେଶ ନେଇ ସମସ୍ତେ ବେଶ ଖୁସି । ଆସନ୍ତାକାଲି ଉଦଘାଟନୀ ଉତ୍ସବ । ଏନେଇ କଳିଙ୍ଗ ଆଥଲେଟିକ୍ ଷ୍ଟାଡିୟମରେ ଚାଲିଛି ରିହର୍ସସାଲ । ଭାଗ ନେଇଛନ୍ତି ୧୧ଶହ କଳାକାର । ଏପଟେ ବିଶ୍ବକପ୍ ହକିକୁ ଆଖିରେ ରଖି ସାରା ସହରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ହୋଟେଲରେ ଖେଳାଳି ଏବଂ ଅଫିସିଆଲଙ୍କ ସୁରକ୍ଷା, ସହରର ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ଦିଗ ଉପରେ ସତର୍କ ନଜର ରଖିଛି କମିଶନରେଟ୍ ପୋଲିସ ।