Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କବାଡି ଖେଳୁ ଖେଳୁ ହଠାତ ଉଡ଼ିଗଲା ପ୍ରାଣବାୟୁ: ମୃତ୍ୟୁର ଜୀବନ୍ତ ଦୃଶ୍ୟ ଦେଖି ଅବାକ୍ ହୋଇଗଲେ ଦର୍ଶକ

21/01/2021 at 4:44 PM

ଧମତରି ୨୧/୦୧ : ଜନ୍ମ ମୃତ୍ୟୁ ଜୀବନ ସବୁଠାରୁ ବଡ ସତ୍ୟ। ଜନ୍ମ ମୃତ୍ୟୁ ବିଧିର ବିଧାନ। ଜଣେ ଜନ୍ମ ନେଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ। ଜନ୍ମ ମୃତ୍ୟୁର ଡୋର ଭଗବାନଙ୍କ ହାତରେ। ମଣିଷ ଭଗବାନଙ୍କ ଇଚ୍ଛାରେ ଜନ୍ମ ନେଇଥାଏ ଓ ତାଙ୍କରି ଇଚ୍ଛାନୁସାରେ ଦୁନିଆରୁ ବିଦା ହୋଇଥାଏ। ମୃତ୍ୟୁ କେତେବେଳେ କେଉଁ ଅବସ୍ଥାରେ ଆସିବ ତାହା କେହି ବି କହିପାରିବେନି। ବେଳେ ବେଳେ ଏମିତି ମୃତ୍ୟୁ ଆସେ ଯାହାକୁ ବିଶ୍ୱାସ କରିବା ସହଜ ହୋଇନଥାଏ। ଏହିଭଳି ଏକ ଘଟଣା ଘଟିଛି ଛତିଶଗଡ଼ରେ। ଛତିଶଗଡ଼ ଧମତରି ଜିଲ୍ଲା ଗୋଜି ଗାଁରେ କବାଡି ଖେଳୁ ଖେଳୁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଗଲା।

ଗାଁରେ କବାଡି ପ୍ରତିଯୋଗିତା ଚାଲିଥିଲା। ଜାନୁଆରୀ ୨୦ ତାରିଖ ସନ୍ଧ୍ୟାରେ କୋକଡି ଗାଁ ନନ୍ଦୁ ସାହୁ ନିଜ ଟିମ ସହ ଖେଳିବାକୁ ଯାଇଥିଲେ। ମ୍ୟାଚ୍ ବେଳେ ନନ୍ଦୁଙ୍କ ପାଳି ଆସିଥିଲେ। ସେ ବିପକ୍ଷ ଦଳ ସହ ଖେଳିବାକୁ ଗଲାବେଳେ ବିପକ୍ଷ ଦଳ ନନ୍ଦୁଙ୍କୁ ଘେରିଗଲେ। ଏତିକିବେଳେ ନନ୍ଦୁ କବାଡି ସହ ଜୀବନ ଯୁଦ୍ଧ ବି ହାରିଯାଇଥିଲେ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବାପରେ ଭିଡିଓ ଆଧାରରେ ପୋଲିସ ପଚରାଉଚୁରା କରୁଛି।

ନନ୍ଦୁ କବାଡି ଖେଳିବା ସମୟରେ ନିଶ୍ୱାସ ଧରି ରଖିଥିଲେ ଯାହା ସବୁଦିନ ପାଇଁ ବନ୍ଦ ହୋଇଗଲା। ହଠାତ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଗଲା। ପ୍ରତ୍ୟକ୍ଷଦର୍ଶୀ ଘଟଣା ଦେଖି ଅବାକ ହୋଇ ରହିଗଲେ। ଦର୍ଶକ ଖୋଲା ଆଖିରେ ମୃତ୍ୟୁର ଏହି ଜୀବନ୍ତ ଦୃଶ୍ୟ ଦେଖି ଚକିତ ହୋଇଗଲେ ସତେ ଯେମିତି ଦର୍ଶକଙ୍କ ହୃଦ ସ୍ପନ୍ଦନ କିଛି କ୍ଷଣ ପାଇଁ ଅଟକି ଯାଇଥିଲା। ଉତ୍ସାହର ସହ ଆରମ୍ଭ ହୋଇଥିବା କବାଡି ପ୍ରତିଯୋଗିତାରେ ଶୋକର ଛାୟା ଖେଳିଗଲା। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। କୁରୁନ୍ଦ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ମ୍ୟାଚରେ ଅଂଶଗ୍ରହଣ କରିଥିବା ଉଭୟ ଟିମର ଖେଳାଳିଙ୍କୁ ପୋଲିସ ପଚରାଉଚୁରା କରୁଛି।

   Related Posts