ଏପ୍ରିଲ ପହିଲାରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍ ବ୍ୟାନ୍, ପାନଛେପ ପକାଇଲେ ୫୦୦ ଫାଇନ୍

Published By : Prameya-News7 Bureau | March 04, 2020 IST

ପୁରୀ ୪।୩: ଏପ୍ରିଲ ପହିଲାରୁ ଶ୍ରୀମନ୍ଦିରରେ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌ । ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଲାଗିବ କଟକଣା । ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ପାନଛେପ ପକାଇଲେ ୫ଶହ ଟଙ୍କା ଜରିମନା ଦେବାକୁ ପଡିବ । ଭକ୍ତ ଓ ସେବାୟତ ଉଭୟଙ୍କ ପାଇଁ ଏହି ନିୟମ ଲାଗୁ କରାଯିବା ନେଇ ସୂଚନା ମିଳିଛି । ବୁଧବାର ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଭଳି ସୂଚନା ଦେଇଛନ୍ତି ।

{"id":232638,"sizeSlug":"large"}

ଅନ୍ୟପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଆଗାମୀ ୮ ତାରିଖରେ ମେଣ୍ଢା ପୋଡି ନୀତି ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁମୋଦନ କରାଯାଇଛି । ଶ୍ରୀମନ୍ଦିରରେ ଦୋଳତ୍ସବର ପରମ୍ପରା ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ବୁଧବାର ବସିଥିଲା ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ବୈଠକରେ ସମସ୍ତ ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

{"id":232639,"sizeSlug":"large"}

ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁ ସୁନାବେଶ ଓ ରାଜରାଜେଶ୍ବର ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଧ୍ୟ ଏହି ଦିନ ଦୋଳବେଦୀକୁ ଆସି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହିତ ହୋଲି ଖେଳିଥାନ୍ତି । ଏଣୁ ଏହି ସମସ୍ତ ନୀତିର ଅନୁମୋଦନ ପାଇଁ ସମସ୍ତ ସେବାୟତ ନିଯୋଗର ପରାମର୍ଶ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.