Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମୃଦୁପାନୀୟ ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ୍, ଦୋକାନୀ କହିଲେ- ଆମେ କଣ କରିବୁ ?

10/11/2021 at 9:24 PM

ପୁରୀ ୧୦।୧୧: ମୃଦୁପାନୀୟ ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ। ଅଭିଯୋଗ ଅନୁଯାୟୀ ଜଣେ ଯୁବକ ପିଇବାକୁ ସୋଡା ବୋତଲ କିଣିଥିଲେ । ହେଲେ ବୋତଲ ଭିତରେ ପ୍ଲାଷ୍ଟିକ ଚାମକ ଦେଖିବାକୁ ପାଇଥିଲେ । ଆଉ ସବୁଠୁ ବଡ କଥା ଏହି ସୋଡା ସ୍ଥାନୀୟ ଅଞ୍ଚଳରେ ତିଆରି ହେଉଛି ।

ଏହାକୁ ନେଇ ଯୁବକ ଜଣକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୋକାନୀକୁ ମଧ୍ୟ ଏହାର କାରଣ ପଚାରିଥିଲେ। ହେଲେ ଦୋକାନୀ ଜଣକର କହିବାକଥା ଏଥିରେ ତାଙ୍କର କୌଣସି ଭୁଲ ନାହିଁ। କମ୍ପାନୀ ଯାହା ଦେଉଛି ତାହା ସେ ବିକ୍ରି କରୁଛନ୍ତି । ବିଭିନ୍ନ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଉଚ୍ଚମାନର ମୃଦୁପାନୀୟ ଦେଉଥିବା ନେଇ ଦାବି କରୁଥିବା ବେଳେ, ପୁରୀରେ କିନ୍ତୁ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ସୋଡା ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ ରହିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ସହରରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts