ପ୍ଲାଷ୍ଟିକ ମୁକ୍ତ ଓଡିଶାସ୍ବପ୍ନ : ସଚେତନତା ଏକମାତ୍ର ପନ୍ଥା

Published By : Prameya-News7 Bureau | July 24, 2018 IST

[gallery ids="32251"] ରାଜଧାନୀରେ କିଛିଦିନ ତଳେ ଲଘୁଚାପ ଜନିତ ପ୍ରବଳବର୍ଷା କାରଣରୁ ଏକ ଅଭୂତପୂର୍ବ ଜଳବନ୍ଦୀ ପରିସ୍ଥିତି ଉପୁଜିଥିଲା | କେବଳରାଜଧାନୀ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନସହରାଂଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା | ଏଭଳିପରିସ୍ଥିତି ପାଇଁ ବିଭିନ୍ନ କାରଣ ଦାୟୀ | ତା' ଭିତରୁ ଗୋଟିଏ କାରଣ ହେଲା ଜଳନିଷ୍କାସନ ପାଇଁ ଯେତିକି ବି ନାଳରହିଛି ସେଗୁଡିକ ଅବରୋଧ ହୋଇ ରହିବା | ନାଳଗୁଡିକ ଅବରୋଧରଏକ ମୁଖ୍ୟ ଉପାଦାନ ଥିଲା ପ୍ଲାଷ୍ଟିକ ଓ ପଲିଥିନ | ପଲିଥିନ କେବଳଜଳବନ୍ଦୀ ପରିସ୍ଥିତି ପାଇଁ ଦାୟୀ ତେଣୁଏହା ବର୍ଜନୀୟ କହିବା ଠିକ ହେବ ନାହିଁ | ପ୍ଲାଷ୍ଟିକ ଓ ପଲିଥିନ ଯେ ଆମ ପରିବେଶ ପାଇଁ ଏକ ବଡ ଆହ୍ୱାନ ହେଲାଣି ଏହା ଉଣା ଅଧିକେ ସମସ୍ତେ ଜାଣନ୍ତି | ନିକଟରେ ଜାତୀୟ ସ୍ଥରରେ ପ୍ରକାଶ ପାଇଥିବା ଏକ ପତ୍ରିକାର ତଥ୍ୟକୁ ଯଦି ବିଚାରକୁ ନିଆଯାଏ ତାହେଲେ ଏ ଆହ୍ୱାନର ଭୟାବହତାକୁ ବୁଝିହେବ | ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରଏଭଳିହୁ ହୁ ହୋଇ ବଢି ଚାଲିଛିଯେ, କେବଳ ସ୍ଥଳଭାଗ ନୁହେଁ ଜଳଭାଗ ଅର୍ଥାତ ସମୁଦ୍ର ମଧ୍ୟ ପୋତିହୋଇ ପଡିବ | ପ୍ଲାଷ୍ଟିକ ଓ ପଲିଥିନ ସହଜରେ ନଷ୍ଟ ହୋଇନଥାଏ | ଏହା ନଷ୍ଟ ହେବାକୁ ହଜାର ହଜାରବର୍ଷ ସମୟ ନେଇଥାଏ | ପ୍ଲାଷ୍ଟିକ ଓ ପଲିଥିନକୁ ନଷ୍ଟ କରିବାପାଇଁ ତାକୁ ପୋଡିଲେ ମଧ୍ୟ ଯେଉଁ ବାୟୁ ପ୍ରଦୂଷଣର ଆଶଙ୍କା ରହିଛି ତାହା ଆହୁରି ସାଙ୍ଘାତିକ | ଯଦି ତଥ୍ୟକୁ ବିଚାରକୁ ନିଆଯାଏ ତାହେଲେ ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରାୟ୫୦କୋଟି ଟନ ପ୍ଲାଷ୍ଟିକ ଉତ୍ପାଦନ ହେଉଛି | ଏହି ଉତ୍ପାଦିତ ସାମଗ୍ରୀର ବ୍ୟବହାରସରିବାପରେ ଅତି ନଗଣ୍ୟ ଅଂଶ ପ୍ରକ୍ରିୟାକରଣ ହେଉଛି | ଅବଶିଷ୍ଟ ବର୍ଜ୍ୟବସ୍ତୁ ଆକାରରେ ବିଶ୍ୱ ପରିବେଶ ପାଇଁ ବିରାଟ ବିପଦ ସୃଷ୍ଟିକରିଛି | ଏପରିକି ଭାରତରେ ମଧ୍ୟ ସ୍ଥିତି କିଛି କମ ବିପଦଜନକ ନୁହେଁ | ଭାରତରେ ବାର୍ଷିକ କୋଟିଏରୁ ଅଧିକ ଟନର ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଛି ନହେଲେ ବିଦେଶରୁ ଆମଦାନୀ କରାଯାଉଛି | ପ୍ଲାଷ୍ଟିକ ବ୍ୟବହାର କରିବାକ୍ଷେତ୍ରରେ ଚୀନ ସବୁଠୁ ଆଗରେ ରହିଛି | ପ୍ଲାଷ୍ଟିକ ଚାଉଳ, ପ୍ଲାଷ୍ଟିକଅଣ୍ଡା ଆଦି ଘଟଣା ଏବେ ସମସ୍ତଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି | ବିଶ୍ୱ ପରିବେଶ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟରହିଛି | ସେକ୍ଷେତ୍ରରେ ଓଡିଶାକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଓଡିଶା ସରକାରଙ୍କ ଘୋଷଣା ନିଶ୍ଚୟ ସ୍ୱାଗତ ଯୋଗ୍ୟ | ଅକ୍ଟୋବର୨ତାରିଖ, ଗାନ୍ଧୀଜୟନ୍ତୀରୁ ରାଜ୍ୟର ୬ଟି ପୌରାଞ୍ଚଳ କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ପ୍ରଥମ ପର୍ଯ୍ୟାୟରେ ପଲିଥିନ ବନ୍ଦ କରିବେ ସରକାର | ସବୁ ସରକାରୀ ନିୟମକୁ ଲୋକେ ଯଦି ପାଳନ କରନ୍ତେ ତାହେଲେ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା | ସମସ୍ୟା ହେଉଛି ସରକାର ପ୍ରଣୟନ କରୁଥିବା ନିୟମର କାର୍ଯ୍ୟକାରିତା ଓ ପାଳନ ନହେବା | ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନହେଲେ ବା ସ୍ଵତଃସ୍ପୂର୍ତଭାବେ ଲୋକମାନେ ଗ୍ରହଣ ନକଲେ ନିୟମ ନିୟମରେ ହିଁ ରହିଯିବା ସାର ହେବ | ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାପାଇଁ ସଚେତନ ନାଗରିକମାନେ ନିଜ ଆଖପାଖରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି | [gallery ids="32264"] ନିକଟରେ ଭୁବନେଶ୍ୱରର ସମାଜସେବୀ ରୁଦ୍ର ପ୍ରସନ୍ନ ରଥ ପ୍ଲାଷ୍ଟିକବ୍ୟାଗ ବିରୋଧରେ ଏକ ଅଭିଯାନ ସାମାଜିକ ଗଣ ମାଧ୍ୟମରେ ଆରମ୍ଭ କରିଛନ୍ତି | ଏହାର ନାଁ ହେଉଛି ଆପଣଙ୍କ କନା ବ୍ୟାଗ କେଉଁଠି ବା 'where is your cotton bag ' | ଏହା ଏକ ସାଧୁ ଉଦ୍ୟମ | ଏଭଳି ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅଂଚଳରେ ଆରମ୍ଭ ହେଲେ ସରକାରୀ ଘୋଷଣା କିଛି ମାତ୍ରାରେ ସଫଳ ହୋଇପାରନ୍ତା ଏବଂ ପରିବେଶ ଦିଗରେ ଆମର ଅବଦାନ ମଧ୍ୟ ପ୍ରସଂଶିତ ହୁଅନ୍ତା | ରୁଦ୍ରଙ୍କ ଏହି ଅଭିଯାନରେ ଅଧିକରୁ ଅଦିକ ଲୋକ ସାମଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି । ଏବେ ତାଙ୍କର ଏହି ଅଭିଯାନରେ ୨୦୦ରୁ ଅଧିକ ଲୋକ ଯୋଡି ହେଲେଣି । ଆଗକୁ ବହୁ ଲୋକ ଯୋଡିହେବା ସେ ଆଶା ରଖିଛନ୍ତି । :ଶିଶିର ଭଟ୍ଟମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.