Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଘଣ୍ଟାଏ ପରେ ବି ସିଝିଲାନି ଅଣ୍ଡା, ଇଲାଷ୍ଟିକ୍ ଭଳି ଲାଗିଲା : ଭଣ୍ଡାରିପୋଖରୀରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ଅଭିଯୋଗ

21/06/2020 at 1:21 PM

ଭଦ୍ରକ ୨୧।୬: ଭଦ୍ରକ ଭଣ୍ଡାରିପୋଖରୀ ବଜାରରେ ପ୍ଲାଷ୍ଟିକ ଅଣ୍ଡା । ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଣ୍ଡା ସିଝାଇଲେ ମଧ୍ୟ ଏହା ସିଝୁ ନଥିବା ଅଭିଯୋଗ ହେଉଛି । କେଶରର ରଙ୍ଗ ଭିନ୍ନ ପ୍ରକାରର ଦେଖାଯାଉଛି । ଇଲାଷ୍ଟିକ୍ ଭଳି ଲାଗୁଛି ସିଝା ଅଣ୍ଡା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ ପଞ୍ଚାୟତର ରେବୋ ଗ୍ରାମରୁ ।

ସୂଚନାଯୋଗ୍ୟ ଯେ, ରେବୋ ଗ୍ରାମର ଶ୍ରୀକୃଷ୍ଣ ଖଣ୍ଡାଇ ସଟ୍ ଡାଉନ୍ ପୂର୍ବରୁ ଭଣ୍ଡାରିପୋଖରୀ ବଜାରରୁ କିଛି ଅଣ୍ଡା କିଣି ଘରକୁ ନେଇଥିଲେ । ତାଙ୍କ ପତ୍ନୀ ଅଣ୍ଡା ତରକାରୀ କରିବା ପାଇଁ ପ୍ରଥମେ ଅଣ୍ଡାକୁ ସିଝାଇଥିଲେ । କିନ୍ତୁ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଣ୍ଡାଗୁଡିକ ସିଝି ନଥିଲା ।

ଗରମପାଣିରୁ ଅଣ୍ଡାଗୁଡିକ କାଢି ଛଡାଇବା ପରେ ଅଣ୍ଡାଗୁଡିକ କୌଣସି ପ୍ଲାଷ୍ଟିକ ବସ୍ତୁ କିମ୍ବା ରବର ଭଳି ଲମ୍ବି ଯାଇଥିଲା ବୋଲି ସେ କହିଛନ୍ତି । ଏହି ଅଣ୍ଡାଗୁଡିକ ପ୍ଲାଷ୍ଟିକ ବୋଲି ଅଭିଯୋଗ ପରେ ଗାଁରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ ଏନେଇ ବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି ।

   Related Posts