କୋରାପୁଟରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ଅଭିଯୋଗ
21/09/2019 at 11:04 AM

ଜୟପୁର ୨୧।୯: ମାଲକାନଗିରି ପରେ ଏବେ କୋରାପୁଟରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଜୟପୁର ନୂଆସାହିର ବିବେକ ବେହେରା ଗତକାଲି ୪ଟି ଅଣ୍ଡା ନିକଟସ୍ଥ ଦୋକାନରୁ କିଣିଥିଲେ। ଏଥିରୁ ୨ଟି ଅଣ୍ଡା ଠିକ୍ ଠାକ୍ ଥିବାବେଳେ ୨ଟି ପ୍ଲାଷ୍ଟିକ୍ ଅଣ୍ଡା ବାହାରିଥିବା ଅଭିଯୋଗ କରିଛନ୍ତି ।

ଏହି ୨ଟି ଅଣ୍ଡାକୁ ଭାଂଗି ଆମଲେଟ୍ କରିବା ସମୟରେ ଦୁର୍ଗନ୍ଧ ହେବା ସହ ରବର ପରି ଟାଣି ହୋଇ ଯାଉଥିଲା। ଏପରିକି ଏହାକୁ ନିଆଁରେ ପୋଡିବାରୁ ରବର ପରି ନିଆଁରେ ପୋଡି ଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ସମାନ ଅଭିଯୋଗ କୋରାପୁଟ ସହରରୁ ମଧ୍ୟ ଆସିଛି।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021