ପ୍ଲାଷ୍ଟିକ୍ ବୋତଲରେ ତିଆରି ପର୍ଯ୍ୟଟନ ସ୍ଥଳୀ : ଅଛି ହୋଟେଲ ,ବାର ,ସୁଇମିଂପୁଲ ଆମୋଦ ପ୍ରମୋଦରେ ଭରପୁର ସୁବିଧାରେ ରହଣୀର ଭଡା ମାତ୍ର ୭୦୦୦

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଳୀ ୦୮।୧୧ : ଦୁନିଆରେ ଏପରି ଅନେକ ହୋଟେଲ ଏବଂ ରିସର୍ଟ ଅଛି, ଲୋକମାନେ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ଆପଣ କୌଣସି ଭାସମାନ ରିସର୍ଟ ବିଷୟରେ ଶୁଣିଛନ୍ତି କି? ଆଫ୍ରିକାର ଆବିଜାନରେ ଏହିପରି ଏକ ରିସୋର୍ଟ ନିର୍ମାଣ କରାଯାଇଛି, ଯାହା ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ବାସ୍ତବରେ ଏହା କେବଳ ଏକ ଫ୍ଲୋଟିଂ ରିସର୍ଟ ନୁହେଁ, ଏହା ୮ ଲକ୍ଷରୁ ଅଧିକ ପ୍ଲାଷ୍ଟିକ୍ ବୋତଲ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପରେ ଭାସୁଛି । ତେବେ ଆସନ୍ତୁ ଜାଣିବା ଏହି ଅନନ୍ୟ ରିସୋର୍ଟ ବିଷୟରେ ...

ପଶ୍ଚିମ ଆଫ୍ରିକାର ଆଇଭୋରୀ କୋଷ୍ଟରେ ଥିବା ଲେ ଫ୍ଲୋଟାଣ୍ଟେ ରିସର୍ଟ ଏହାର ଅନନ୍ୟ ସ୍ଥାପତ୍ୟ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ । ଯେତେବେଳେ ଲୋକମାନେ ସାଧାରଣ ଦେଖାଯାଉଥିବା ରିସର୍ଟ ବିଷୟରେ ଜାଣନ୍ତି, ସେତେବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ଏହି ରିସର୍ଟଟି ଏକ ଛୋଟ ଦ୍ୱୀପ, ଯାହା ପ୍ଲାଷ୍ଟିକ୍ ବୋତଲ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରେ ତିଆରି ହୋଇଛି ।

ଏହି ଲେ ଫ୍ଲୋଟାଣ୍ଟେ ରିସର୍ଟଟିର ଓଜନ ପ୍ରାୟତଃ ପାଖାପାଖି ୨୦୦ ଟନ୍। ଏହା ସାଧାରଣତଃ ସମୁଦ୍ର କୂଳରେ ନିର୍ମିତ ହୋଇଛି । ଯାହାଫଳରେ ଏହା ପାଣି ଉପରେ ଠିଆ ହୋଇପାରିବ । ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପରେ ନିର୍ମିତ ଏହି ଦ୍ୱୀପପୁଞ୍ଜର କିଛି କୋଠରୀ ରହିଛି । ଏହା ବ୍ୟତୀତ ରେଷ୍ଟୁରାଣ୍ଟ, ବାର୍ ଏବଂ ଦୁଇଟି ସୁଇମିଂ ପୁଲ୍ ମଧ୍ୟ ଅଛି । ଉଲ୍ଲେଖଥାଉ କି, ଏହି ରିସୋର୍ଟରେ ଭଡା ଅନ୍ୟମାନଙ୍କ ତୁଳନାରେ ଟିକେ କମ୍ ଅଟେ। ଏଥିରେ ଗୋଟି ରାତି ରହିବା ପାଇଁ ୭ ହଜାର ଟଙ୍କା । ଏଥି ସହିତ, ଯଦି ଦିନରେ କେହି ଏଠାକୁ ଆସିବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ୧୮୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ଖବର ଅନୁଯାୟୀ, ସପ୍ତାହରେ ୧୦୦ରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତି।

ଫ୍ରାନ୍ସର ବ୍ୟବସାୟୀ ଏରିକ୍ ବେକର ଏହି ରିସୋର୍ଟର ମାଲିକ ଅଟନ୍ତି । ସେ କହିଛନ୍ତି ଯେ ସମୁଦ୍ର କୂଳରେ ପ୍ଲାଷ୍ଟିକ୍ ମଇଳା ଗଦା ଦେଖିବା ପରେ ସେ ଏହି ରିସୋର୍ଟ ତିଆରି କରିବାର ସଂକଳ୍ପ ନେଇଥିଲେ। ଏହାକୁ ସଫା କରିବା ସହିତ ସଠିକ୍ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ । ଯାହାର ଫଳାଫଳ ଆଜି ଆପଣଙ୍କ ସାମ୍ନାରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.